ସୁନ୍ଦରଗଡ ତା:୨୮/୮/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ସବଡେଗା ବ୍ଲକ ଅନ୍ତର୍ଗତ ଗାଙ୍ଗପୁରଗଡ଼ ,କରଲାଘାଟି, କୁକରିଡ଼ିହି,କୁଲବା, ପଞ୍ଚାୟତର ଖେଳାଳିମାନେ ଏହି ଗାଙ୍ଗପୁରଗଡ଼ ଖେଳପଡ଼ିଆ ଉପରେ ନିର୍ଭର କରି ଆସୁଛନ୍ତି । ଏହି ୧ଏକର ୪୫ଡିସମିଲ ଜମିକୁ ମନୋଜ ତିର୍କୀ ନାମକ ଜଣେ ବ୍ୟକ୍ତି ଅକ୍ତିଆର କରି ଇଟା,ବାଲି ପକାଇ ଘର ନିର୍ମାଣ କାର୍ଯ୍ୟ କରୁଥିବା ସୁତ୍ରରୁ ପ୍ରକାଶ । ଏହି ଚାରିଗୋଟି ପଞ୍ଚାୟତର ଲୋକେ ମନୋଜ ତିର୍କିଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେ କର୍ଣପାତ କରି ନ ଥିଲେ। ଏହି ସମସ୍ୟା ନେଇ ଉକ୍ତ ଚାରୋଟି ପଞ୍ଚାୟତର ଲୋକେ ଉକ୍ତ ଜମିରୁ ଜବରଦଖଲ ଉଛେଦ ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଏହି ସଂପର୍କରେ ସବଡେଗା ତହସିଲଦାର ସ୍ୱଦିପ ଟପ୍ପୋଙ୍କୁ ଜମି ଚିହ୍ନଟ କରିବା ସହ ଅତିଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଖେଳପଡ଼ିଆ ଜବରଦଖଲ,ଅଞ୍ଚବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
|
August 28, 2021 |



