ସୁନ୍ଦରଗଡ ତା:୨୫/୮/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ଠିକାଦାରଙ୍କ ଶେଷ ବିଲ ତଥା ଅମାନତ ଟଙ୍କାକୁ ଜଣେ ପୂର୍ବତନ କନିଷ୍ଠ ଯନ୍ତ୍ରୀ ଆତ୍ମସାତ କରିଥିବା ଭଳି ଅଭିଯୋଗ ଆସିଛି । ସୂଚନା ଅନୁସାରେ ଠିକାଦାର ତାର ସମ୍ପୂର୍ଣ କାମ ସାରିବା ପରେ ଶେଷ ବିଲ ଆଗତ ହେବା ସହିତ ତାର ଉଚିତ ଭାବରେ ଅଡିଟ ସରିବାପରେ ସମ୍ପୂର୍ଣ୍ଣ ଟଙ୍କା ତଥା ଅମାନତ ଟଙ୍କା ଦିଆଯାଏ । ଏଥିପାଇଁ ଠିକାଦାର କତ୍ତୃପକ୍ଷଙ୍କୁ ଦରଖାସ୍ତ କଲାପରେ ତାକୁ କାର୍ଯ୍ୟ ନିରୀକ୍ଷକ କରୁଥିବା ଯନ୍ତ୍ରୀ ତଥା ବିଡ଼ିଓ ତଦାରଖ କଲାପରେ ଟଙ୍କା ଦେୟପାଇଁ ମଂଜୁରୁ ହୋଇଥାଏ । ଏହି ପରିପେକ୍ଷିରେ ସମ୍ପୃକ୍ତ ଯନ୍ତ୍ରୀ କଲେବଳେ କେତେକ ଟେଣ୍ଡରର ଫାଇନାଲ ଟଙ୍କା କୌଶଳ କ୍ରମେ ଖସାଇନେବାରେ ସଫଳ ହେବା ସହିତ ଏଥିରେ ବିଡ଼ିଓ ସହିତ କୌଣସି ସହକାରୀ କର୍ମଚାରୀ ବିରୋଧ ନ କରିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଠିକାଦାର ଦେବୀପ୍ରସାଦ ଦାସଙ୍କ ଅଭିଯୋଗ ଅନୁସାରେ ଦରଳିପାଲିର ପାରିପାର୍ଶ୍ବିକ ବିକାଶ ପାଣ୍ଠିରୁ ତିନୋଟି ପ୍ରକଳ୍ପର କାର୍ଯ୍ୟ ପାଇଁ କାର୍ଯ୍ୟ କରିଥିଲେ ।
କାର୍ଯ୍ୟ ଶେଷରେ ଅମାନତ ଟଙ୍କା ପାଇଁ ଆବେଦନ କଲାପରେ ବ୍ଲକ ପୂର୍ବତନ କନିଷ୍ଠ ଯନ୍ତ୍ରୀ ବ୍ରଜବନ୍ଧୁ ବେହେରା ଉଠାଇ ନେଇଥିବା ସୁତ୍ରରୁ ଜଣାପଡିଛି । ଏହି ଅମାନତ ଟଙ୍କା ବାବଦକୁ ୨୦୧୮ ମସିହାରେ ଫେବୃଆରୀ ୨୦ ତାରିଖରେ ଶ୍ରୀଯୁକ୍ତ ବେହେରାଙ୍କ ଖାତାରେ ୩୭,୬୬୭ ଟଙ୍କା ଜମା ହୋଇଥିବା ବିଷୟ ଠିକାଦାର ଦାସ ବ୍ଲକ ଆଫିସରୁ ଜାଣିବାକୁ ପାଇଥିଲେ । ସମ୍ପୃକ୍ତ ଅଭିଯୋଗ ପରେ ସ୍ଥାନୀୟ ବିଡ଼ିଓ ସେ ସମୟରେ କାର୍ଯ୍ୟରେ ନ ଥିଲେ ଓ ଏବେ ଲିଖିତ ଅଭିଯୋଗ ପରେ ସମ୍ପୃକ୍ତ କାର୍ଯ୍ୟର ତଦାରଖ କରାଯିବ ବୋଲି ପ୍ରତିକ୍ରିୟା ଦେଇଥିଲେ । ଲିଖିତ ଅଭିଯୋଗ ପରେ ବିଡ଼ିଓ ଏଥିପ୍ରତି କେବେ କାର୍ଯାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଛି ।
ଠିକାଦାରଙ୍କ ଶେଷ ବିଲଟଙ୍କା ଆତ୍ମସାତ,ଠିକାଦାର ବିଡ଼ିଓଙ୍କ ଦ୍ୱାରସ୍ଥ
|
August 26, 2021 |



