ସୁନ୍ଦରଗଡ ତା୨୯/୭/୨୦୨୧(ସନ୍ଧାନ ନିଉଜ/ ରାଜୁ ପଟେଲ ) ସବଡେଗା ବ୍ଲକ ଅନ୍ତର୍ଗତ ତୁମଳିଆ ମୁଖ୍ୟ ରାସ୍ତାରେ ଗତକାଲି ବିଳମ୍ବିତ ରାତ୍ରିରେ ଘଟିଛି ଏକ ମର୍ମନ୍ତୁଦ ଘଟଣା । ଗତ ବିଳମ୍ବିତ ରାତ୍ରିରେ ଏକ ପିକଅପକୁ ଚାରିଜଣ ଦୁର୍ବୃତ୍ତ ଅଟକାଇ, ଗାଡି ଡ୍ରାଇଭରକୁ ବାନ୍ଧି
ଗାଡିକୁ ଜାଲିଦେବା ଖବର ମିଳିଛି । ଗତକାଲି ଏକ ପିକଅପ ଯୋଗେ ( ଓଡ଼ି୨୩ ୫୩୩୫) ବାଲିସଙ୍କରା ରୁ ଏକ ଗାଈ ନେଇ ତୁମଳିଆ ରାସ୍ତା ଦେଇ ଯାଉଥିବା ବେଳେ ତୁମଳିଆ ବସଷ୍ଟାଣ୍ଡ ସମ୍ମୁଖରେ ଏକ ବିନା ନମ୍ବର ଥିବା କାରରୁ ଚାରିଜଣ ଦୁର୍ବୃତ୍ତ ଆସି
ଉକ୍ତ ପିକଅପ ଚାଳକକୁ କାବୁ କରି ଗାଡିଟିକୁ କିଛିବାଟ ନେଇ ଭୁଖନ ପଡା ଠାରେ ଚାଳକକୁ ନିସ୍ତୁକ ମାଡ଼ ମାରିବା ସହିତ ଗାଈ ଓ
ପିକଅପକୁ ଜାଳି ଦେଇଥିଲେ । ସମ୍ପୃକ୍ତ ଚାରିଜଣ ପେଷାଦାର ଗୁଣ୍ଡା ଓ ସେମାନେ କିଛିଦିନ ପୂର୍ବରୁ ଜେଲରୁ ବାହାରିଥିବା ଗାଡି ଚାଳକ ଠାରୁ ସୂଚନା ମିଳିଛି । ଏଭଳି ଘଟଣା ପଛରେ ପୂର୍ବ ଶତ୍ରୁତା, ଗୋଷ୍ଠୀ କଳହ ଅଥବା ଅନ୍ୟ ଡକାୟତି ସଂଗଠନ ସହିତ ସମ୍ପୃକ୍ତ ତାହା ତଦନ୍ତ ପରେ ଜଣାପଡିବ ବୋଲି ତଲସରା ପୋଲିସ ସୂତ୍ରରୁ ପ୍ରକାଶ ।
ତୁମଳିଆ ମୁଖ୍ୟ ରାସ୍ତାରେ ଡକାୟତି, ପିକଅପ ସହ ଗାଡିକୁ ଜାଳି ଦେଲେ
|
July 29, 2021 |
