ମୃତ ସାମ୍ବାଦିକଙ୍କ ପତ୍ନୀଙ୍କୁ ସରକାରୀ ସହାୟତା ଦେଲେ ଜିଲ୍ଲାପାଳ

Spread the love

ଯାଜପୁର ସଦର,୧୦ା୦୭(ଆପ୍ର): ଯାଜପୁର ଜିଲ୍ଲା ଯାଜପୁର ବ୍ଲକ ଅନ୍ତର୍ଗତ ଖରାବାଦ ଗ୍ରାମରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ସାମ୍ବାଦିକ ଅଶୋକ କୁମାର ସାହୁଙ୍କ ପତ୍ନୀ ସ୍ମୃତୀରେଖା ସାହୁଙ୍କୁ ୧୫ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତିସିଂ ରାଠୋରଙ୍କ ତତ୍ୱାବଧାନରେ ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରୋନା ଯୋଦ୍ଧା ମାନ୍ୟତା ମୃତ ସାମ୍ବାଦିକଙ୍କ ପରିବାରକୁ ଘୋଷଣା କରାଯାଇଥିବା ୧୫ଲକ୍ଷ ଟଙ୍କାର ଚେକ୍ ଶ୍ରୀଯୁକ୍ତ ଭୁଜବଳ, ଶ୍ରୀଯୁକ୍ତ ସେଠୀ ମୃତ ସାମ୍ବାଦିକଙ୍କ ଘରେ ପହଁଚି ତାଙ୍କ ଧର୍ମପତ୍ନୀ ସ୍ମୃତୀରେଖା ସାହୁଙ୍କୁ ଦିଆଯାଇଥିଲା । ଏନେଇ ଶ୍ରୀମତୀ ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ । ମୋ ପରିବାରକୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଆର୍ଥିକ ସହାୟତା ୧୫ଲକ୍ଷ ଟଙ୍କା ମୁଁ ଶ୍ରୀମତୀ ସାହୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଚି । ଦୁଇ ଲକ୍ଷ ଟଙ୍କା ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟବିମା ସାମ୍ବାଦିକ ମାନଙ୍କୁ ଦିଆଯାଉଚି ।

Related Posts

About The Author

Add Comment