ସୁନ୍ଦରଗଡ ଜିଲ୍ଲାରେ ବିଶ୍ୱ ପରିବେଶ ଦିବସ ପାଳିତ

Spread the love

ସୁନ୍ଦରଗଡ, ୫/୬/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ଜିଲ୍ଲାରେ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ଆଳି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ପରିପେକ୍ଷିରେ ବିଜେପିର ବରିଷ୍ଠ ନେତା ସୁରେନ୍ଦ୍ର ସରଣକାର ଯୋଗଦେଇ ଜିଲ୍ଲାର ପରିବେଶକୁ ସରସ ସୁନ୍ଦର କରିବାପାଇଁ ଗଛ ଲଗାଇବା ଏକମାତ୍ର  ରାସ୍ତା ଓ ତା ଉପରେ ଦୃଷ୍ଟି ଦେବାକୁ ଆହ୍ୱାନ ଦେଇଛନ୍ତି । ସେ ସୁନ୍ଦରଗଡ ସହରର ଅନେକ ସ୍ଥାନରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମହିଳା ମୋର୍ଚାର ସଭାନେତ୍ରୀ ତଥା ସଦର ବିଧାୟିକା ପ୍ରତିନିଧି ଶ୍ରୀମତୀ ଇମାନି ପାଢ଼ୀ ଯୋଗଦେବା ସହିତ ସଭାପତି ଶ୍ରୀମତୀ ଭାରତୀ ରାଉତ ଉପସ୍ଥିତ ଥିଲେ ଏହି  ଅବସରରେ  ସୁନ୍ଦରଗଡ ଜିଲ୍ଲାର ଏସଏଫଡିର ପ୍ରମୁଖ ଶ୍ରୀଯୁକ୍ତ ବିଶାଳ ପଟେଲଏକ ବାର୍ତା ଦେଇ କହିଲେ ଯେ, ଆମେ ଭାରତବାସୀ ଅତି କମରେ ଗୋଟିଏ ଗଛ ନିଜ ପରିପାଶ୍ୱରେ ଲଗାଇବାକୁ ଅନୁରୋଧ କରିଛନ୍ତି । ଏହି ମହାମାରୀ ସମୟରେ ଲୋକେ ଅକ୍ସିଜେନର ଅଭାବ ଦେଖାଦେଉଥିବା ବେଳେ ନିଜକୁ ନିଜେ ଏହି ଅବସରରେ ଗଛ ଲଗାଇବାର ସଂକଳ୍ପ ନେବାକୁ ଆହ୍ୱାନଦେଇଛନ୍ତି  । ଏହା ହେଲେ ସାରା ପୃଥିବୀ ଶସ୍ୟ ଶ୍ୟାମଲା ହୋଇ ଉଠିବା ସହିତ ତାର ଉପଯୁକ୍ତ ଯତ୍ନ ନେବାକୁ  ଶ୍ରୀଯୁକ୍ତ ପଟେଲ କହିଛନ୍ତି । ଏହି ଅବସରରେ ପ୍ରତ୍ୟେକ କର୍ମକର୍ତ୍ତା ନିଜନିଜ ଅଂଚଳରେ ଗଛ ଲଗାଇ ଏହି ଦିବସକୁ ସାଫଲ୍ୟ କରିଥିଲେ ।

Related Posts

About The Author

Add Comment