ଭୁବନେଶ୍ବର/୩୦/୦୪/ସନ୍ଧାନ ନିଉଜ୍/ ରାଜ୍ଯରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନ ବୃଦ୍ଧିକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବନ୍ଦ ନିଷ୍ପତ୍ତି ହୋଇଛି। ମେ ୩ରୁ ୧୫ ତାରିଖ ପର୍ଯ୍ଯନ୍ତ ଦିନ ୨ଟାରୁ ଦୋକାନ ବନ୍ଦ ହେବ। ଦୋକାନ ବନ୍ଦ କରିବାକୁ ରାଜ୍ୟ ବ୍ୟବସାୟୀ ମହାସଂଘର ନିଷ୍ପତ୍ତି ନେଇଛି। ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ଏମିତି ନିଷ୍ପତ୍ତି ନେଇଛି ମହାସଂଘ। ଏନେଇ ମହାସଂଘ ରାଜ୍ୟ ସରକାରଙ୍କୁ ଅବଗତ କରିଥିବା ସୂଚନା ଦେଇଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ସଂପାଦକ ସୁଧାକର ପଣ୍ଡା।ସୂଚନା ଅନୁଯାୟୀ, ଏ ସମ୍ପର୍କରେ ଆସନ୍ତାକାଲି ଭିଡିଓ କନ୍ଫରେନ୍ସିଂ ଜରିଆରେ ବିସ୍ତୃତ ଆଲୋଚନା ହେବ । କେଉଁ କେଉଁ ସବୁ ଦୋକାନ ବନ୍ଦ ରହିବ କେଉଁ ଦୋକାନ ଖୋଲା ରହିବ ବ୍ଳୁ୍-ପ୍ରିଣ୍ଟ ପ୍ରସ୍ତୁତ କରାଯିବ । ଘରୁ ବାହରକୁ ବାହାରିବା କମାଇବା ପାଇଁ ମହାସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନର ସମୟର ଆହ୍ୱାନକୁ ଅନୁଭବ କରି ସମସ୍ତ ବ୍ୟବସାୟୀ ସଂଘ ଏହାକୁ ଗ୍ରହଣ କରିବେ ବୋଲି ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି।