ଭୁବନେଶ୍ୱର ୧୭/୦୪ (ସନ୍ଧାନ ନିଉଜ) ପାକ୍ଷିକ ସମ୍ବାଦପତ୍ର ” ବିରଜାଭୂମି “ପକ୍ଷରୁ ସ୍ଵନକ୍ଷତ୍ର ଦିବସ ସମାରୋହ ସରକାରୀ କୋଭିଡ୍ ନିୟମ ଅନୁସାରେ ନିରାଡମ୍ଵର ଭାବେ ପାଳିତ ହୋଇଯାଇଛି।ପତ୍ରିକାର ସମ୍ପାଦକ ନିର୍ମଳ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ସ୍ଥଳସେନାର ପ୍ରାକ୍ତନ ଉପ ମୁଖ୍ୟ ଡାକ୍ତର ନାରାୟଣ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଷୁବ ମିଳନର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସାମ୍ବାଦିକ ଟୁଟୁ ମହାନ୍ତି ପ୍ରାରମ୍ଭିକ ସୁଚନା ଦେବା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଡା:ମହାନ୍ତିଙ୍କ ଦ୍ୱାରା ବିଶିଷ୍ଟ କବି ମାନଗୋବିନ୍ଦ ବାରିକ୍ ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି “ବିରଜା ସମ୍ମାନ-୨୦୨୧ ” ସମ୍ମାନରେ ସମ୍ବର୍ଦ୍ଧିତ କରାଯିବା ସଙ୍ଗେ ସଙ୍ଗେ କବିଙ୍କର ସମୁଜ୍ୱଳ ଭବିଷ୍ୟତ ତଥା ନିରାମୟ ଜୀବନ କାମନା କରି ଥିଲେ।ଉତ୍ସବରେ ଅନ୍ୟ ପ୍ରମୁଖ ବ୍ୟକ୍ତି ମାନଙ୍କ ମଧ୍ୟରେ କାନାରା ବ୍ୟାଙ୍କର ପ୍ରାକ୍ତନ ଓଡିଶା ମୁଖ୍ୟ ଶ୍ରୀଯୁକ୍ତ ପ୍ରେମାନନ୍ଦ ଦାଶ ,ମୁଖ୍ୟ ବକ୍ତା ଓ ସୀମା ସୁରକ୍ଷା ବନ୍ଦର ମୁଖ୍ୟ ଡକ୍ଟର ଦୁଃଶାସନ ସେନାପତି,ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ସେମାନଙ୍କର ଅଭିଭାଷଣ ରଖିଥିଲେ। ବିରଜାଭୂମି ପତ୍ରିକାର ସହ ସମ୍ପାଦକ ଜଗନ୍ନାଥ ପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ବିରଜାଭୂମିର ସ୍ଵନକ୍ଷତ୍ର ଦିବସ ଅନୁଷ୍ଠିତ
|
April 17, 2021 |



