ଶ୍ରୀ ସୌଭାଗ୍ୟ ରଞ୍ଜନ ମହାପାତ୍ର ଙ୍କୁ ମିଳିଲା ରାଧାମୋହନ ଗଡ଼ନାୟକ ସାହିତ୍ୟ ସମ୍ମାନ

Spread the love
ଅନୁଗୁଳ 12/04 (ସନ୍ଧାନ ନିଉଜ /ମାନସ ରାଉତ): ସମ୍ବଲପୁର ବୈଦିକ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକ ତଥା ସୁସାହିତ୍ୟିକ ଶ୍ରୀ ସୌଭାଗ୍ୟ ରଞ୍ଜନ ମହାପାତ୍ର   ମର୍ଯ୍ୟାଦା ଜନକ ରାଜ୍ୟସ୍ତରୀୟ ରାଧାମୋହନ ଗଡ଼ନାୟକ ସାହିତ୍ୟ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି। ଅନୁଗୁଳ ଜୁନିୟର ରେଡକ୍ରସ ଭବନଠାରେ ଆୟୋଜିତ ରାଧାମୋହନ ଗଡ଼ନାୟକ ସାହିତ୍ୟ ପ୍ରତିଭା ସମ୍ମାନ ଶିବିରରେ ମୁଖ୍ୟ ଅତିଥି ମାନ୍ୟବର ସାଂସଦ, ଢ଼େଙ୍କାନାଳ ମହେଶ ସାହୁ, ମୂଖ୍ୟବକ୍ତା ସୁସାହିତ୍ୟିକ,ପରିବେଶବିତ୍ ସଂଗ୍ରାମ କେଶରୀ ସାମନ୍ତରାୟ, ସମ୍ମାନୀତ ଅତିଥୀ ବିଧାୟକ, ତାଳଚେର ବ୍ରଜ କିଶୋର ପ୍ରଧାନ ଏଵଂ କବି ଡଃ ତୋଫାନ ଜେନା  ପ୍ରମୁଖ ଯୋଗ ଦେଇଥିଲେ। ଏତଦ୍ ବ୍ୟତୀତ ପ୍ରଫେସର ଶାନ୍ତାନୁ କୁମାର ଶର ଅବସରପ୍ରାପ୍ତ ଅଧ୍ୟକ୍ଷ,ସରକାରୀ ମହାବିଦ୍ୟାଳୟ,ଅନୁଗୋଳ,ଡକ୍ଟର କୁମୁଦ ଚନ୍ଦ୍ର ଦାସ ଅବସର ପ୍ରାପ୍ତ ଅଧ୍ୟକ୍ଷ,ସରକାରୀ ମହାବିଦ୍ୟାଳୟ,ଅନୁଗୋଳ ମଧ୍ୟ ଯୋଗ ଦେଇଥିଲେ। ଏମାନଙ୍କ ସମେତ ଓଡ଼ିଶାସାହିତ୍ୟ ଏକାଡେମୀର ସଦସ୍ୟ ଶ୍ରୀମାନ ସଂଗ୍ରାମ କେଶରୀ ପୃଷ୍ଠିଙ୍କ କର କମଳରେ ଚଳିତ ବର୍ଷର ରାଧାମୋହନ ଗଡ଼ନାୟକ ସାହିତ୍ୟ ଅନୁଷ୍ଠାନ, ଅନୁଗୋଳ ତରଫରୁ ୨୦୨୦ ମସିଆର “ରାଧାମୋହନ ଗଡ଼ନାୟକ ସାହିତ୍ୟ ସମ୍ମାନ” ସୌଭାଗ୍ୟ ଙ୍କୁ ପ୍ରଦାନ କରାଯାଇଛି। ଏହି ଅବସରରେ ଅନୁଷ୍ଠାନର ସଭାପତି ଶ୍ରୀ ଚତୁର୍ଭୂଜ ସାହୁ ତଥା ସମ୍ପାଦକ ଶ୍ରୀ ନରେଶ ଚନ୍ଦ୍ର ତାଙ୍କୁ ଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶ୍ରୀ ସୌଭାଗ୍ୟ ଙ୍କ ଜନ୍ମସ୍ଥାନ ହେଉଛି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ କଙ୍କାଳୁ ଗ୍ରାମରେ । ଶ୍ରୀ ସୌଭାଗ୍ୟ ପିତା ଶ୍ରୀଯୁକ୍ତ ଜୟକୃଷ୍ଣ ମହାପାତ୍ର ଓ ମାତା ଶ୍ରୀମତୀ ଚାରୁଵାଳା ମହାପାତ୍ରଙ୍କ ଜୈଷ୍ଠ ସନ୍ତାନ। ତାଙ୍କର ଏହି ସଫଳତା ପାଇଁ ତାଙ୍କର ଜନ୍ମମାଟି ଓ କର୍ମମାଟି (ସମ୍ବଲପୁର) ଅଞ୍ଚଳର ମହଲରେ ଖୁସିର ଲହରୀ ଖେଳିଯାଇଛି ଓ ତାଙ୍କର ଏତାଦୃଶ ସଫଳତା ପାଇଁ ପାଠକ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Related Posts

About The Author

Add Comment