ବାଙ୍ଗିରିପୋଷି, ୦୮.୦୨.୨୦୨୧ (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):-କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧକରି ଚକାକାମ୍ ସମୟରେ ଗତକାଲି ୧୮ ନମ୍ବର ଜାତୀୟ ରାଜପଥର ବୁଢାମରା ନିକଟରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗାଡ଼ି କୁ ଜେଏମଏମ(ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) କର୍ମୀ ଅଟକାଇଥିଲେ । ଏନେଇ ବାଙ୍ଗିରିପୋଷି ଥାନାରେ ପୃଥକ ପୃଥକ ମାମଲା ରୁଜୁ ହୋଇଛି । ଘଟଣା ଅନୁଯାୟୀ, ଜେଏମଏମ କର୍ମୀ ଓ ଅନ୍ୟ ଏକ ଗାଡ଼ିରେ ଥିବା ମନ୍ତ୍ରୀଙ୍କ ସମର୍ଥକ ମାନେ ଓହ୍ଲାଇ ଆସିବା ଯୋଗୁ ଉଭୟ କର୍ମୀଙ୍କ ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନା ଲାଗିଥିଲା । ଏହି ଘଟଣାକୁ ନେଇ ବାଙ୍ଗିରିପୋଷି ଥାନାରେ ମନ୍ତ୍ରୀ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ଶନିବାର ରାତ୍ରୀ ୯ ଟାରେ ଏତଲା ଦିଆଯାଇଥିଲା । ତତ୍ ପରେ ଜେଏମଏମ ତରଫରୁ ବାଙ୍ଗିରିପୋଷି ଥାନା ସମ୍ମୁଖରେ ରାଜସ୍ବ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ବାଙ୍ଗିରିପୋଷି ଥାନାରେ ମନ୍ତ୍ରୀଙ୍କ ସମର୍ଥକ ରାଧାକୃଷ୍ଣ ହାଁସଦାଙ୍କ ତରଫରୁ ଲିଖିତ ଅଭିଯୋଗ ଅନୁଯାୟୀ, ମନ୍ତ୍ରୀ ଶ୍ରୀ ମାଣ୍ଡି ସାରସକଣା ଉପନିର୍ବାଚନ ପାଇଁ ଯାଉଥିବା ସମୟରେ ଝାଡଖଣ୍ଡ ଜିଲ୍ଲା ସଭାପତି ଫାଗୁରାମ ହାଁସଦା, ଅର୍ଜୁନ ମୁମୁଁ, ସନ୍ତୋଷ ମୁର୍ମ ସହ ୨୦ ରୁ ଊଦ୍ଧ ଜେଏମଏମ ତାଙ୍କ ଗାଡିକୁ ଆକ୍ରମଣ କରିବା ସହ ଠେଲା ପେଲା କରିଥିଲେ । ଏ ନେଇ ବାଙ୍ଗିରିପୋଷି ପୁଲିସ ତରଫରୁ ୨୭|୨୧ରେ ମାମଲା ରୁଜୁ ହୋଇଛି । ଅନ୍ୟ ପଟେ ଜେଏମଏମ ତରଫରୁ ସନ୍ତୋଷ କୁମାର ମୁର୍ମୁଙ୍କ ପାଲଟା ଅଭିଯୋଗ କ୍ରମେ ବାଙ୍ଗିରିପୋଷି ଥାନାରେ ରାଜସ୍ବ ମନ୍ତ୍ରୀ,କୃଷ୍ଣନନ୍ଦ ମହାନ୍ତି ଏବଂ ରାଧାକୃଷ୍ଣ ହାଁସଦା ସହ ୮ ରୁ ୧୦ ଜଣ କର୍ମୀଙ୍କ ନାମରେ ୨୮|୨୦୨୧ ନମ୍ବର କେଶ ରୁଜୁ କରିଛି ।
ସରକାରଙ୍କ କୃଷି ଆଇନକୁ ବିରୋଧକରି ଚକାକାମ୍ ସମୟରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗାଡ଼ିକୁ ଅଟକାଇଥିଲେ
|
February 8, 2021 |