କନ୍ଧମାଳ ଜିଲ୍ଲା ସ୍ତରୀୟ  ପୃଷ୍ଟି ମହୋତ୍ସବ ଉଦଯାପିତ

Spread the love
ବାଲିଗୁଡା, ୩୧/୦୧/୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସାଧାରଣତନ୍ତ୍ର ଦିବସ ଅଵସରରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବା ପୃଷ୍ଟି ମହୋତ୍ସଵ ପାଞ୍ଚ ଦିନ ଧରି ସମଗ୍ର ଜିଲ୍ଲାରେ ଅନୁଷ୍ଠିତ ହେବାପରେ ଆଜି ତାହା ଉଦଯାପିତ ହୋଇ ଯାଇଛି  । ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ଗ୍ରାମ ପଞ୍ଚାୟତର ଟକରମାଲା ଗ୍ରାମରେ ଘୁ-ଉଦୟଗିରି ବିଧାନସଭା  ମଣ୍ଡଳୀର ବିଧାୟକ ସାଲୁଗା ପ୍ରଧାନ ଙ୍କ ନିଜ ଗ୍ରାମରେ ଧୁମଧାମରେ ପାଳନ ହୋଇଥିଲା। । ନିଜେ ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ସେହିପରି ମଞ୍ଚାସିନ ଅତିଥି  ମାନଙ୍କ ମଧ୍ୟରେ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁପର୍ଣ୍ଣା ପ୍ରଧାନ, ଓଡିଶା ଜୀବିକା ମିଶନରୁ ବିଟିଏମ ପିଣ୍ଟୁ ନାୟକଙ୍କ ସମେତ ସ୍ଥାନୀୟ ମହିଳା ଗ୍ରୁପର ସିଆରପି, ପ୍ରାଣୀ ମିତ୍ର ଓ କୃଷି ମିତ୍ର ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ଶ୍ରୀମତୀ ଭାଗ୍ୟବତୀ ପ୍ରଧାନ ପରିଚାଳନା କରିଥିଲେ ।  ବିଧାୟକ  ସାଲୁଗା ପ୍ରଧାନଙ୍କ ଅଭିଭାଷଣରେ ମାଁ ଏବଂ ପୃଷ୍ଟିକର ଖାଦ୍ୟ ସମ୍ପର୍କରେ  ବର୍ଣ୍ଣନା କରିଥିଲେ ।  ଦେଶାତ୍ମକ, କୁଇ ସଙ୍ଗୀତରେ ନୃତ୍ୟ ତଥା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କୁନି କୁନି ବାଳିକା ମାନେ ନିଜର ଅନନ୍ୟ ପ୍ରତିଭା ନୃତ୍ୟ କଳା ପ୍ରଦର୍ଶନ କରି ମଞ୍ଚାସିନ ଅତିଥି ତଥା ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ । ଦୀର୍ଘ ସମୟ ଧରି କାର୍ଯ୍ୟକ୍ରମ କୁ ଶେଷ ପର୍ଯ୍ୟନ୍ତ ଦର୍ଶକ ଉପଭୋଗ କରିଥିଲେ ।

Related Posts

About The Author

Add Comment