ଢେଙ୍କାନାଳ, 30.01.2021 (ସନ୍ଧାନ ନିଉଜ୍):– କାରଖାନା ଭିତରେ ଦନ୍ତା ହାତୀ । କଥାଟା ଟିକିଏ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏପରି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ଢେଙ୍କାନାଳ ହିନ୍ଦୋଳ ଉପଖଣ୍ଡର ଝାଡବନ୍ଧ ଠାରେ ନିର୍ମାଣଧୀନ ରୁଙ୍ଗଟା ଷ୍ଟିଲ କାରଖାନା ପରିସରକୁ ଆଜି ଏକ ଦନ୍ତା ହାତୀ ପଶି ଯାଇଥିବା ଦେଖିବାକୁ ମିଳିଛି । ହାତୀଟିକୁ ଦେଖି କାରଖାନା ପରିସରରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀଙ୍କ ମହଲରେ ଆତଙ୍କ ଖେଳି ଯାଇଥିଲା । ଏପରିକି ଏହି ଦନ୍ତା ହାତୀ ଭୟରେ କାରଖାନା ମଧ୍ୟରେ କାମ କରୁଥିବା ଶ୍ରମିକ ମାନେ ପ୍ରାଣ ଭୟରେ ଏଣେ ତେଣେ ଦୌଡ଼ି ପଳାଇଥିଲେ । ପରେ ଖବର ପାଇ ହିନ୍ଦୋଳ ବନକର୍ମଚାରୀ ମାନେ ପହଞ୍ଚି ହାତୀକୁ ଘଉଡାଇ କରଖାନା ପରିସରରୁ ବାହାର କରିଥିଲେ। ପରେ ହାତୀଟି ପାଖ ଜଙ୍ଗଲକୁ ପଳାଇଥିବା ଜଣାପଡିଛି । ତେବେ ନିର୍ମାଣଧୀନ କାରଖାନା ଅଂଚଳରେ ସ୍ଥାନୀୟ ଲୋକଙ୍କ ପାଇଁ ରାସ୍ତା ନିର୍ମାଣ କରୁଥିବା କାରଣରୁ ହାତୀଟି କାରଖାନା ଭିତରକୁ ପଶି ଆସିଥିବା ଅନୁମାନ କରାଯାଇଛି ।
କାରଖାନାରେ ପଶିଲା ଦନ୍ତା ହାତୀ
|
January 30, 2021 |
![](https://sandhannews.com/wp-content/uploads/2021/01/nn-28.jpg)