ବାରିପଦା, 23.01.2021 (ସନ୍ଧାନ ନିଉଜ୍):– ଦକ୍ଷିଣ ଭାରତୀୟ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ପୁଣି ଥରେ ରହସ୍ୟମୟୀ ରୋଗର ପ୍ରକୋପ ବ୍ୟାପିବାରେ ଲାଗିଛି। ରାଜ୍ୟର ପଶ୍ଚିମ ଗୋଦାବରୀ ଜିଲ୍ଲାର କୋମିରପଲ୍ଲୀ ଗାଁରେ ଗତ ୪୫ ଦିନ ଭିତରେ ପ୍ରାୟ ୭୦୦ ଜଣ ଏହି ରହସ୍ୟମୟୀ ରୋଗରେ ସଂକ୍ରମିତ ହେଲେଣି। ଏକ ସଙ୍ଗେ ପ୍ରାୟ ୨୨ ଗାଁ ଲୋକଙ୍କଠାରେ ରୋଗ ଲକ୍ଷଣ ଦେଖିବାକୁ ମିଳିଛି। ଦ ହିନ୍ଦୁରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ରୋଗୀଙ୍କୁ ଏଲୁର ଜିଲ୍ଲାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜ୍ୟର ସ୍ଵାସ୍ଥ୍ୟ ମନ୍ତ୍ରୀ ଅଲ୍ଲା କାଲି କୃଷ୍ଣା ପ୍ରଭାବିତ ଗାଁ ଗସ୍ତ କରି ସ୍ଥିତି ବିଷୟରେ ପଚାରି ବୁଝିଛନ୍ତି। ଗାଁରେ ତୁରନ୍ତ ଏକ ଡାକ୍ତରୀ କ୍ୟାମ୍ପ ଲଗାଯାଇଛି। ଏକ ଡାକ୍ତରୀ ଦଳ ମଧ୍ୟ ଗାଁରେ ପହଞ୍ଚି ସାରିଛନ୍ତି। ଡାକ୍ତର ସ୍ଥିତି ଉପରେ ନଜର ରଖିଛନ୍ତି । ସୂଚନାଯୋଗ୍ୟ, ପ୍ରାୟ ଦେଢ ମାସରେ ପ୍ରାୟ ୭୦୦ ଜଣ ଏହି ରୋଗର ପୀଡିତ। ଏହା ପୂର୍ବରୁ ମଧ୍ୟ ଗତ ଡିସେମ୍ବର ମାସରେ ଏଲୁରରେ ରହସ୍ୟମୟୀ ରୋଗର ପ୍ରକୋପ ଦେଖିବାକୁ ମିଳିଥିଲା । ଏକ ମାସ ପୂର୍ବେ ଡବ୍ଲ୍ୟୁଏଚଓ, ଏମ୍ସ, ନିନ୍, ଏନଆଇଭି, ଏନସିଡିସି, ଆଇଆଇସିଟି ବିଶେଷଜ୍ଞ ଓ ଗବେଷକଙ୍କ ଟିମ୍ ଏଲୁରରୁ ନମୂନା ସଂଗ୍ରହ କରିଥିଲେ ।
ଅଜଣା ରୋଗରେ ୭୦୦ ସଂକ୍ରମିତ
|
January 23, 2021 |



