ଧର୍ମଗଡ, 23.01.2021 ( ସନ୍ଧାନ ନିଉଜ୍): ନିଜ ଦେହରେ କିରୋସିନି ଢାଳି ହୋଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିନ୍ଦୁରପୁର ପଞ୍ଚାୟତ ଗଣେଶପୁର ଗାଁରେ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ଗଣେଶପୁର ଗାଁରେ ୨୩ ବର୍ଷ ବୟସ୍କ ଯୁବତୀ ରୋହିଣୀ ଭୁଏ ନିଜ ଦେହରେ କିରୋସିନି ଢାଳି ଦିଆସିଲି ମାରି ହୋଇଥିବା ବେଳେ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣରୁ ଏମିତି ଘଟଣା ଘଟିଛି ତାହା ଜଣାପଡିନାହିଁ ।
Related Posts
ବନ୍ଧଡିହ ନଥେଇପୁର ନିକଟରେ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ସ୍ଥାନ ଚୟନ
ଆମ୍ବ ଟାକୁଆ ଜାଉ ର ପୁନରାବୃତ୍ତି : ଚାରି ମାସ ହେବ ମିଳିନି ଚାଉଳ: ଖୁର୍ସା, କରଡ଼ି ଓ ମକାରେ ବିତୁଛି ଆଦିବାସୀଙ୍କ ଜୀବନ
ଚମ୍ପୁଆ ରେଞ୍ଜରେ ଥମୁନି ହାତୀ ଆତଙ୍କ, ମହିଳାଙ୍କୁ କଚାଡି ମାରିଲା ଗୋଠଛଡା ଦନ୍ତା



