ବାରିପଦା, 21.01.2021(ସନ୍ଧାନ ନିଉଜ୍ ):- ବିଶ୍ବରେ ଏମିତି ଅନେକ ସ୍ଥାନ ଅଛି ଯାହାର ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ । ରାଜସ୍ଥାନରେ ଏମିତି ଏକ ସ୍ଥାନ ରହିଛି । ଏମିତି ଏକ ମନ୍ଦିର ଅଛି ଯାହା ରହସ୍ୟାବୃତ୍ତ ହୋଇ ରହିଛି । କୁହାଯାଏ ସନ୍ଧ୍ୟା ହେବା ପରେ ଯଦି ଭୁଲରେ କେହି ମଣିଷ ସେହି ମନ୍ଦିର ନିକଟରେ ରହିଯାଏ ତେବେ ସେ ପଥର ପାଲଟି ଯାଏ । ମନ୍ଦିରଟି ରାଜସ୍ଥାନର ବାରମେର ଜିଲ୍ଲାରେ ରହିଛି । ଏହା ‘କୀରାଡ଼ୁ’ ମନ୍ଦିର ନାଁରେ ପରିଚିତ । ମନ୍ଦିର ପରିଦର୍ଶନରେ ଅନେକ ପର୍ଯ୍ୟଟକମାନେ ଆସିଥାନ୍ତି କିନ୍ତୁ ସନ୍ଧ୍ୟା ହେବା ପୂର୍ବରୁ ସମସ୍ତେ ଫେରିଯାନ୍ତି । ଏହା ପଛରେ ଅତି ଭୟାନକ କାରଣ ରହିଛି । କୁହାଯାଏ ଏହି ମନ୍ଦିର ଉପରେ ଜଣେ ସାଧୁଙ୍କର ଅଭିଶାପ ରହିଛି । ଯାହା ଫଳରେ ଯଦି କୌଣସି ବ୍ୟକ୍ତି ସୂର୍ଯ୍ୟୋଦୟ ପରେ ସେହି ମନ୍ଦିର ନିକଟରେ ରହିଯାଏ ତେବେ ସେ ସବୁଦିନ ପାଇଁ ପଥର ପାଲଟିଯାଏ । ଲୋକଙ୍କ କହିବା ଅନୁସାରେ ଆଜି ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ସନ୍ଧ୍ୟା ହେବାପରେ ଏଠାରୁ ଫେରିନାହିଁ । ତଥାପି ମନ୍ଦିରର ସୌନ୍ଦର୍ଯ୍ୟ ଲୋକଙ୍କୁ ଆକୃଷ୍ଟ କରିଥାଏ । ଏହି ମନ୍ଦିର ଖଣ୍ଡହରୋ ମଧ୍ୟରେ ଅବଅବସ୍ଥିତ । ଯେଉଁଠାକୁ ଲୋକମାନେ ବଣଭୋଜି କରିବାକୁ ଯାଇଥାନ୍ତି । କିନ୍ତୁ ଲୋକମାନେ ଏହାର ନାଁରେ ଡରନ୍ତି ମଧ୍ୟ ।