ଦୁଷ୍କର୍ମ କରି ପ୍ରେମିକ ଫେରାର୍ ହାତ ବାନ୍ଧି ବସିଛି ପୁଲିସ୍

Spread the love

ଢେଙ୍କାନାଳ, 16.01.2021(ସନ୍ଧାନ ନିଉଜ୍):- ନା ନା ପ୍ରକାରର ପ୍ରଲୋଭନ ଦେଖାଇ ଜଣେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ପୁଲିସର ନିଷ୍କ୍ରିୟତା ଯୋଗୁଁ ଅଭିଯୁକ୍ତ ଛୁ ମାରିଛି। ଏ ପଟେ ଗର୍ଭବତୀ ନାବାଳିକା ଜଣଙ୍କ ଆଜି ଢେଙ୍କାନାଲ ମୁଖ୍ୟ ଡାକ୍ତର ଖାନାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ପରି ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳରେ। ନାବାଳିକା ଜଣଙ୍କ ଆଜି ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି ହୋଇ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏନେଇ କାମାକ୍ଷାନଗର ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଗତ ୩୧ ଡିସେମ୍ବରରେ ଅଭିଯୁକ୍ତଙ୍କ ନାଁରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୁକ୍ତ ଯୁବକ ଜଣଙ୍କ ତାଙ୍କ ଗ୍ରାମର ନିର୍ମଳ ମହାରଣା ହୋଇଥିବା ଅଭିଯୋଗ ହୋଇଛି । ଏପରିକି ଅଭିଯୁକ୍ତ ନିର୍ମଳ ନାବାଳିକାକୁ ନା ନା ଧମକ ଚମକ ଦେଇଥିବା ପୀଡିତ ନାବାଳିକାଙ୍କ ପରିବାରୁ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। କାମାକ୍ଷାନଗର ପୁଲିସ କେବଳ ମାମାଲଟିଏ ରୁଜୁ କରି ଦେଇଥିଲେ ମଧ୍ୟ ଘଟଣାକୁ ଗୁରୁତ୍ୱ ଦେଇ ଦେଇନିଥିବା ଅଭିଯୋଗ ହୋଇଛି। ଫଳରେ  ଅଭିଯୁକ୍ତ ଫେରାର ହୋଇ ଯାଇଥିବା ପୀଡିତାର ଭାଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

Related Posts

About The Author

Add Comment