ମହ ରମ୍ ପୁର ବଳ ସାହି ବିଦ୍ୟାଳୟ ରେ ଅସାମାଜିକ ବ୍ୟକ୍ତି ଙ୍କ ଆତଙ୍କ ରାଜ୍ ଚାଲିଛି। ତିହିଡ଼ି ପୋଲିସ ନିରବ

Spread the love

ତିହିଡ଼ି  ୩/୭/୨୬ (ସନ୍ଧାନ ନ୍ୟୁଜ )  ତିହିଡ଼ି ବ୍ଲକ ଅନ୍ତର୍ଗତ ମହ ରମ୍ ପୁର ପଞ୍ଚାୟତ ରେ ଥିବା ବଳ ସାହି ବିଦ୍ୟାଳୟ ରେ ଅସାମାଜିକ ବ୍ୟକ୍ତି ଙ୍କ ଆତଙ୍କ ରାଜ୍ ବଢ଼ି ବାରେ ଲାଗିଛି। ତିହିଡ଼ି ପୋଲିସ ନିରବ ରହିଛି କାହିଁକି?। ଏ ପ୍ରଶ୍ନ ହୁଏତ କିଛି ପୋଲିସ ଅଧିକାରୀ ଙ୍କୁ ବିବ୍ରତ କରିପାରେ, ତଥାପି ଜନ ସାଧାରଣ ଙ୍କ ଦାବି ପୋଲିସ କରୁଛି କଣ? ପ୍ରଧାନ ଶିକ୍ଷକ ଯେତେ ବଡ ଚାବି ପକାଇଲେ ମଧ୍ୟ ଦୁର୍ବୃତ୍ତ ମାନେ ଚାବି ଭାଙ୍ଗି ବିଦ୍ୟାଳୟ ର ପିତଳ ବାସନ, ଗ୍ୟାସ୍ ସିଲିଣ୍ଡର୍, ଓ ଚାଉଳ ଚୋରି କରିନେଇଛନ୍ତି। ବିଦ୍ୟାଳୟ ପରିସର ରେ ବସି ମଦ, ଗଞ୍ଜେଇ, ଚରସ୍ ଖାଉ ଛନ୍ତି। ଯେତେ କହିଲେ ବି ସେମାନେ କିଛି ଶୁଣୁ ନାହାଁନ୍ତି। ପ୍ରଧାନ ଶିକ୍ଷକ ଥାନା ରେ ଏତଲା ଦେବା ପରେ ମଧ୍ୟ ପୋଲିସ ଅଧିକାରୀ ନିରବ ରେ ବସି ରହିବା ସମସ୍ତ ଙ୍କୁ ଚକିତ କରି ଦେଇଛି। ଆମ ଦୈନିକ ଖବର କାଗଜ ସନ୍ଧାନ ର ଭଦ୍ରକ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ସତ୍ୟବ୍ରତ ନାୟକ ଙ୍କୁ ଭେଟି ଗ୍ରାମବାସୀ ମାନେ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବୀ କରିଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ। ସନ୍ଧାନ।

Related Posts

About The Author

Add Comment