ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଶାଢୀ ଚୁଡ଼ି ଦେଇ ନୂତନ ଢଙ୍ଗରେ ପ୍ରତିବାଦ କରି ସମସ୍ୟା ଜଣାଇଲେ ଚାଷୀ

Spread the love

ବଲାଙ୍ଗୀର, ୧୩.୦୧.୨୦୨୧(ସନ୍ଧାନ ନିଉଜ୍): – ଅଭିନବ ଢଙ୍ଗରେ ପ୍ରତିବାଦ ଜଣାଇଲେ ଚାଷୀ। ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଶାଢ଼ୀ ଓ ଚୁଡି ପ୍ରଦାନ କରି ଚାଷୀମାନେ ନିଜର ପ୍ରତିବାଦ ଜଣାଇଛନ୍ତି। ଚାଷୀମାନଙ୍କ ପ୍ରତିବାଦରେ ଜିଲ୍ଲା ଯୋଗାଣ ଅଧିକାରୀ ନାକେଦମ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଙ୍ଗଳବାର ଲୋଇସିଂହା ଓ ଆଗଲପୁର ଚାଷୀ ଧାନ କିଣାକୁ ନେଇ ଅଭିଯୋଗ କରିଥିଲେ। ପାଟଣାଗଡରୁ ଜଣେ ଚାଷୀ ଧାନ କିଣା ବିକା ପାଇଁ ସରକାରୀ ଅଧିକାରୀମାନେ କୌଣସି ପ୍ରକାର କାର୍ଯ୍ୟ କରୁନଥିବା ବେଳେ ବାରମ୍ବାର ତାଙ୍କୁ ଅଭିଯୋଗ କରି ମଧ୍ୟ ନିରାଶ ହୋଇଥିଲେ। ଶେଷରେ ତାଙ୍କ ଅସନ୍ତୋଷ ଏତେ ବଢିଥିଲା ଯେ, ସେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଶାଢି ଓ ଚୁଡି ଦେଇ ପ୍ରତିବାଦ ଜଣାଇଥିଲେ। ଯଦି ସରକାରୀ ଅଧିକାରୀ କାମ କରୁ ନାହାନ୍ତି, ତାହେଲେ କାହିଁକି କିଛି କରିବେ ଶାଢି ଓ ଚୁଡି ପିନ୍ଧି ଘରେ ବସନ୍ତୁ ବୋଲି ପ୍ରତିବାଦ କରି ଅଭିଯୋଗ ଜଣାଇଥିଲେ ଯୁବକ।

Related Posts

About The Author

Add Comment