ପଟ୍ଟାମୁଣ୍ଡାଇ, 10/01/2021(ସନ୍ଧାନ ନିଉଜ୍):- ଧାନ ବିଲରେ ଲାଗିଲା ନିଆଁ। ପ୍ରାୟ ଦୁଇ ଏକ ଜମି ନିଆଁ ଲାଗିଛି। ଏହି ଅଗ୍ନିକାଣ୍ଡରେ ଧାନ ପୋଡିଜଳି ପାଉଁଶ ହୋଇଛି। ପଟ୍ଟାମୁଣ୍ଡାଇ ମଙ୍ଗଳପଡା ଭେଡାରେ ଏଭଳି ଅଘଟଣ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଧାନ ଜଳିପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ କରିଛନ୍ତି। କିପରି ନିଆଁ ଲାଗିଲା, ତାହା ବର୍ତ୍ତମାନସୁଦ୍ଧା ଜଣାପଡି ନାହିଁ।
ଲକ୍ଷାଧିକ ଟଙ୍କାର ଧାନ ଜଳିପୋଡି ପାଉଁଶ, ଧାନ ବିଲରେ ଲାଗିଲା ନିଆଁ,
|
January 10, 2021 |
