ବଜ୍ରଗରିରେ ବୁଦ୍ଧ ଜୟନ୍ତୀ ପାଳିତ: ପୁସ୍ତକ ଉନ୍ମୋଚିତ

Spread the love

ଧର୍ମଶାଳା (ସନ୍ଧାନ ନ୍ୟୁଜ) ଧର୍ମଶାଳା ବ୍ଲକ ଅନ୍ତର୍ଗତ କୋତପୁର ବୁଦ୍ଧ ସାଂସ୍କୃତିକ ପରିଷଦ ପକ୍ଷରୁ ବଜ୍ରଗିରି ମହାବିଦ୍ୟାଳୟ ପରିସରରେ ବୁଦ୍ଧଜୟନ୍ତୀ ଏବଂ ଅନୁଷ୍ଠାନର ରଜତ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ବୈଷ୍ଣବ ଚରଣ ସାମଲ, ମୁଖ୍ୟବକ୍ତା ଭାବେ ଡକ୍ଟର ଅର୍ଜୁନ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଅଜୟ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ବୁଦ୍ଧ ଦେବ ସାମଜକୁ ଦେଇଥିବା ବାର୍ତ୍ତା ଯଦି ପାଳନ କରିବା ତେବେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ମତ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ସଂପାଦକ ଲଚ୍ଛମନ ରାଉତ ସଂପାଦକୀୟ ବିବରଣୀ ସହିତ ଅନୁଷ୍ଠାନ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ଏଥିରେ ଡକ୍ଟର ରବୀନ୍ଦ୍ର ବିହାରୀ ସଭାପତିତ୍ୱ କରିଥିବା ବେଳେ ପ୍ରାଧ୍ୟାପକ ମନୋରଂଜନ ମହାନ୍ତି, ଇଂ. ରଶ୍ଚି ରଜନ ରାୟ, ରବିନ୍ଦ୍ର କୁମାର ଦାସ, ହଳଦିଆ ସରପଂଚ ରାଜେନ୍ଦ୍ର କୁମାର ସାହୁ, ସନ୍ତୋଷ କୁମାର ମିଶ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅନୁ୍‌ଷ୍ଠାନର ମୁଖପତ୍ର ବଜ୍ରଗିରି ଏବଂ ଅନ୍ୟଏକ ସମ୍ପଦିତ ପୁସ୍ତୁକ ବଜ୍ରଗିରିକୁ ଅତିଥି ମାନେ ଉନ୍ମୋଚିତ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ବୁଦ୍ଧମୂର୍ତ୍ତି ରେ ପୁଷ୍ମମାଲ୍ୟ ଏବଂ ଧୂପ ଲଗାଇ ଆନୁଷ୍ଠାନିକ ଭାବେ ସଭା ଆରମ୍ଭ କରିଥିବା ବେଳ ଲେଖକ ଡକ୍ଟର ମହେଶ୍ୱର ପାଢ଼ୀ ଅତିଥି ପରିଚୟ ପ୍ରଦାନ ଏବଂ ଅଧ୍ୟାପକ ଅସୀମ ନାୟକ ଧନ୍ୟବାଦ ଦେଇଥିଲେ । କୃଷ୍ଣା ପ୍ଲବିକେଶନ ପକ୍ଷରୁ ପ୍ରେମଲତା ମହାରଣା, ନିରୋଦ ନଳୀନ ବିଶ୍ୱାଳ, ବିନୋଦ ବିହାରୀ ଚିନାର ସମେତ ବହୁ ପ୍ରମୁଖ ବ୍ୟକ୍ତିମାନେ କାର୍ଯ୍ୟକମ୍ରରେ ଉପସ୍ଥିତ ଥିଲେ ।

Related Posts

About The Author

Add Comment