ବାରିପଦା, ୦୩.୦୧.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା)-ଟ୍ରାଫିକ ନିୟମ ପ୍ରତି ସଚେତନତା ଅଭାବ, ବେପରୁଆ ଗାଡି ଚାଳନା ନେଇ ମୟୂରଭଞ୍ଜ ଜିଲାରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା ଚିନ୍ତାର କାରଣ ହୋଇପଡିଛି । ଗତ ୨୭ ତାରିଖରେ ଯଶିପୁର ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥର ଚାଇନେବଦାଠାରେ ଏକ ଟ୍ରକ (ଓଡ଼ି- ୦୯ ଆର-୬୫୪୬) ସହ ଅନ୍ୟ ଏକ ପିକ୍ ଅପ୍ (ଓଡ଼ି-୦୩ ଏଲ-୦୭୦୧) ର ମୁହାଁମୁହିଁ ଧକ୍କା ହୋଇଥିଲା । ଗାଡ଼ି ଭିତରେ ଚାପି ହୋଇ ରହିଥିବା ପିଅପ୍ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ କରଂଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା । ସେହିଦିନ ବେତନଟୀ ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥର ପୁରୁଣାପାଣି ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ଯୋଗୁଁ ଦୁଇ ଜଣ ଯାକ ଚାଳକ ଗୁରୁତର ହୋଇଥିବା ସହ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭରି କରିଥିଲେ । ୨୮ ତାରିଖ ଭୋର ସମୟରେ କୁଳିଅଣା ଥାନା ନ ୧୮ ନମ୍ବର ଜାତୀୟ ରାଜପଥର କାଶୀଷି ନିକଟରେ ଏକ ଚଳନ୍ତା ଟ୍ରକ ହଠାତ ଅଟକି ଯିବାରୁ ପଛପଟୁ ଧକ୍କା ଦେଇଥିବା ଟ୍ରକଟିର ସମ୍ମୁଖ ଭାଗ ଚୁରମାର ହେବା ସହିତ ଚାଳକଙ୍କୁ ଗୁରୁତର ଅବସ୍ଥାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏ ସଂପର୍କରେ କୁଳିଅଣା ଆନାରେ ୧୬୭/୨୦ ନମ୍ବର ମାମଲା ରୁଜୁ ହୋଇଛି । ସେହିଦିନ ଅପରାହ୍ନରେ ମହୁଲଡିହା ଥାନା ଅଧୀନ ୫୩ ନମ୍ବର ରାଜ୍ୟ ରାଜପଥ ଠାକୁ ଆନନ୍ଦପୁର ରାସ୍ତାକୁ ଗୋଡ଼ଭଙ୍ଗା ଘାଟିରେ ଏକ ମିନି ଟ୍ରକ ସହିତ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ଗୁରୁତର ବାଇକ ଚାଳକକୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତ ୨୯ ତାରିଖରେ ବଡ଼ସାହି ଥାନା ଅଧୀନ ମାଣତ୍ରୀ-ଉଦଳା ରାସ୍ତାର ତେନ୍ତୁଳିଗାଁ ହାଟଛକଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ଜନୈକା ବୃଦ୍ଧା ଉମାମଣି ଦେହୁରୀ(୮୦)ଙ୍କର ମୃତ୍ୟୁ ହୋଇଥିବା ସହ ୧୭୧/୨୦ ନମ୍ବରର ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ସେହିପରି ବାଦାମପାହାଡ ଥାନା ଅଧୀନ ପୁରୁଣାପାଣି ଗ୍ରାମର ପୂର୍ତ୍ତ ବିଭାଗ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଉକ୍ତ ଗ୍ରାମର ଦୁର୍ଗାଚରଣ ନାଏକ (୫୫) ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସହ ୮୦/୨୦ ନମ୍ବର ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ୨୯ ତାରିଖରେ ବିଶୋଇ ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥର ମହୁଭଣ୍ଡାର ଛକ ନିକଟରେ ଏକ ମାଲବୋଝେଇ କିଣ୍ଟନର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏବଂ ଏଥିରେ ବୋଝେଇ ହୋଇଥିବା ୫ ଲକ୍ଷ ଟଙ୍କାର ଉଦ୍ଧି ମୂଲ୍ୟ କୁକୁରେକୁ ସ୍ଥାନୀୟ ଲୋକେ ଓ ଅନ୍ୟ ଏକ ଅଟୋ ଚାଳକ ଲୁଟି ନେଇଥିବାରୁ ବିଶୋଇ ଥାନାରେ ୧୨୭/୨୦ ଅଧୀନ ବାରିପଦା-ଚକଶୁଳିଆପଦା ରାଜପଥର ଧୋବଣୀଗୋଳ ଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ପ୍ରକାଶ ଧଳଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଏବଂ ଦୁର୍ଘଟଣା ଘଟାଇଥିବା ଅଜଣା ଗାଡିଟି ପଳାଇଯାଇଥିବାରୁ ଥାନାରେ ୧/୨୧ ନମ୍ବର ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି। ଶିମିଳିପାଳ ଅଭୟାରଣ୍ୟରୁ ବେଆଇନ ଭାବେ ଏକ ସମରକୁ ଶିକାର କରି ମାଂସ ଧରି ଫେରୁଥିବା ସମୟରେ ଗତ ୨୮ ତାରିଖ ଦିନ ଡିଗଡିଗା ଫରେଷ୍ଟ ବିଟ୍ ଅଂଚଳରେ ପେଟ୍ରୋଲିଂ କରୁଥିବା କର୍ମଚାରୀ ଧରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଶିକାରୀ ଜଣକ ମାଂସ ଥିବା ବ୍ୟାଗକୁ ସାନଷୋଳ ଗ୍ରାମ ନିକଟରେ ଫିଙ୍ଗି ଦେଇ ପଳାଇଥିଲେ । ଏ ସଂପର୍କରେ ବାରିପଦା ବନ୍ୟଚଳରେ ୪o/୨୦ ନମ୍ବରର ଏକ ମାମଲା ରୁକୁ ହୋଇ ସାଢେ ୧୦ କିଲୋ ଓଜନର ସମର ମାଂସ ଜବତ କରାଯାଇଥିଲେ ସୁଦ୍ଧା ଶିକାରୀ ଧରାପଡି ନାହାନ୍ତି । ସେହିପରି କପ୍ତିପଦା ବ୍ଲକ ଶରତ ଥାନା ଅଧୀନ କଳମଗଡିଆ ଫଚାୟତର ଶାରିଶୁଆ ଗ୍ରାମରେ ଗୁଣିଗା ରୁଜୁ ହୋଇଛି ଏବଂ କୁଆଡ଼େ ଜଣେ ଅଭିଯୁକ୍ତଙ୍କ ଦୀର୍ଘ ବର୍ଷ ଧରି । ସନ୍ତାନସନ୍ତତି ହେଉ ନ ଥିବା ଦେହରେ ଏହି ହତ୍ୟାକାଣ୍ଡ ଘଟାଇଥିବା ରାସ୍ତାରେ ଗତ ୨୮ ତାରିଖରେ ଚାଲି ଚାଲି ଯାଉଥିବା ଜଣେ ଶିକ୍ଷୟିତ୍ରୀଙ୍କ ପ୍ରକାଶ ବେତନଟୀ ଥାନା ଅଧୀନ ବ୍ଲକ ଛକ ରେଳଷ୍ଟେସନ ବେକରୁ ପ୍ରାୟ ୮୦ ହଜାର ଟଙ୍କା ମୂଲ୍ୟର ଏକ ସୁନାହାରକୁ ଟାଣି ନେଇ ବାଇକ ଆରୋହୀମାନେ ଲୁଟି କରି ଚମ୍ପଟ ମାରିଥିବା ଓ ଏ ସଂପର୍କରେ ୨୮୭/୨୦ ନମ୍ବରର ଏକ ମାମଲା ରୁଜୁ ହୋଇଥିଲେ ମଧ୍ୟ ଅଭିଯୁକ୍ତମାନେ ଧରାପଡି ନ ଥିବା ପ୍ରକାଶ । ବହଳଦା ଥାନା ଅଧୀନ ବହଳଦା ବଜାରସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଜନୈକ ଆକାଉଣ୍ଟାଧାରୀ ଗତ ୨୯ ତାରିଖ ଦିନ ତାଙ୍କ ଆକାଉଣ୍ଟରୁ ୬୮ ହଜାର ଟଙ୍କା ଉଠାଣ କରି ଏକ ବ୍ୟାଗରେ ରଖୁ ତାଙ୍କ ବାଇକରେ ଝୁଲାଇ ଦେଇ ଅନ୍ୟମନସ୍କ ଥିବା ବେଳେ ଦୁଇ ଜଣ ଅଜଣା ଦୁର୍ବର ଲୁଟି ନେଇ ପଳାଇଥିବା ଏବଂ ୯୩/୨୦ ନମ୍ବରର ଏକ ମାମଲା ରୁଜୁ ହୋଇଛି। ଠାକୁରମୁଣ୍ଡା ଥାନା ଅଧୀନ ହାତୀଗୋଡା ବେହେରାସାହିରେ ଜନୈକା ମହିଳାଙ୍କୁ ଗତ ୨୯ ତାରିଖ ରାତିରେ ଧାରୁଆ ଅସ୍ତ୍ରର ହତ୍ୟା କରାଯାଇ ଘରଠାରୁ ୫୦୦ ମିଟର ଦୂରରେ ପକାଇ ଦିଆଯାଇଥୁବା ନେଇ ଏକ ନରହତ୍ୟା ମାମଲା ରୁଜୁ ସହ ସ୍ବାମୀଙ୍କୁ ଅଟକ ରଖୁ ପୁଲିସ ତଦନ୍ତ ଜାରି ରହିଛି । ବାରିପଦା ସହରର ୫ ନମ୍ବର ୱାର୍ଡରେ ‘ଜଣେ ବଧୂଙ୍କର ଝୁଲନ୍ତା ମୃତଦେହ ଘଟଣାରେ ଉକ୍ତ ମହିଳାଙ୍କ ପିତାଙ୍କ ଅଭିଯୋଗକ୍ରମେ ଗତ ୨୯ ତାରିଖରେ ବାରିପଦା ଟାଉନ ଥାନାରେ ୯୫୫/୨୦ ନମ୍ବରର ଯୌତୁକ ନିର୍ଯାତନା ସହ ହତ୍ୟା ମାମଲାରେ ରୁଜୁ ହୋଇ ମୃତ : ମହିଳାଙ୍କ ସ୍ଵାମୀ ଓ ପିଉସୀ ଶାଶୁଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଜେଲ ହାଜତରେ ରହିଛନ୍ତି । ସଦର ଥାନା ଅଧୀନ ସରୂପବିଲ୍ଲା ଗ୍ରାମର ଜଣେ ବଧୂଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ମାଙ୍କ ଅଭିଯୋଗକ୍ରମେ ସଦର ଥାନାରେ ଗତ ୨୯ ତାରିଖରେ ମୃତ ମହିଳାଙ୍କ ସ୍ବାମୀଙ୍କ ନାମରେ ଯୌତୁକଜନିତ ହତ୍ୟା ମାମଲା ରୁଜୁ ହୋଇଥିବା ଜଣାଯାଇଛି।
ଅପରାଧ ସମୀକ୍ଷା
|
January 3, 2021 |


