ବାଲେଶ୍ଵର, ୦୧.୦୧.୨୦୨୧(ସନ୍ଧାନ ନିଉଜ/ ଲିଙ୍ଗରାଜ ପଣ୍ଡା):- ଅବସର ନେଲେ ଓଡ଼ିଶାର ୪୩ ତମ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ୧୯ ଅଗଷ୍ଟ ୨୦୧୯ରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ୧୯୮୬ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ଅସିତ ତ୍ରିପାଠୀ । ତେବେ ଗୁରୁବାର ଅସିତ ତ୍ରିପାଠୀ ଅବସର ନେଇଛନ୍ତି । ଏହା ପରେ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବେ । ଅସିତ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଦାୟିତ୍ବରେ ଥିବା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସବୁବେଳେ ନିଜ କାର୍ଯ୍ୟ ଉପରେ ବିଶ୍ବାସ ରଖିଥୁବା ଶ୍ରୀଯୁକ୍ତ ତ୍ରୀପାଠୀ ଟିମ୍ବକୁ ନେଇ ରାଜ୍ୟ ବିକାଶକୁ ତ୍ବରାନ୍ବିତ କରିଛନ୍ତି । କରୋନା କାଳରେ ଅସିତ ତ୍ରିପାଠୀଙ୍କ କାର୍ଯ୍ୟ ଓ ନିଷ୍ପତ୍ତି ଲୋକପ୍ରିୟତା ପାଇଛି। କୋଭିତ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହ ମିଶି ସେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇଥିଲେ। ତେବେ ଅସିତ ତ୍ରିପାଠୀଙ୍କ ପରେ ରାଜ୍ୟର ମୁଖ୍ୟ ଶାସନ ସଚିବ ହୋଇଛନ୍ତି ବରିଷ୍ଠ ଆଇଏଏସ୍ ଅଧୁକାରୀ ସୁରେଶ ମହାପାତ୍ର । ତାଙ୍କର କାର୍ଯ୍ୟକାଳ ୨୦୨୨ ପର୍ଯ୍ୟନ୍ତ ରହିଛି । ପୂର୍ବରୁ ସେ ଉନ୍ନୟନ କମିଶନର ଦାୟିତ୍ବରେ ଥିଲେ।
ଅବସର ନେଲେ ଅସିତ ତ୍ରିପାଠୀ, WODC ରେ ଅଧ୍ୟକ୍ଷ ଭାବେ ନେବେ ଦାୟିତ୍ବ
|
January 1, 2021 |
