କ୍ଷତି ପୂରଣ ଦାବିରେ ଶବ ରଖି ଧାରଣା

Spread the love

ବେତନଟୀ,୨୭/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):ବେତନଟା ଥାନା ଭୁଡୁରୁବଣି ପ୍ରାଥମିକ ବିଦ୍ୟାଳୟ‌ ସ୍କୁଲ ସମ୍ମୁଖରେ ଗତକାଲି ଏକ ବାଇକ ଧକ୍କାରେ ଜନୈକା ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ‌ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକ ଜଣକ ହେଉଛନ୍ତି ଗ୍ରାମର ସ୍ବର୍ଗତ ଲେଢା ମୁମ୍ଭିର ସୀ ଚମ୍ପା(୬୦) । ଏନେଇ ଏଏସଆଇ ଚିତ୍ତରଞ୍ଜନ ବାରିକ ୨୮୨/୨୦୨୦ରେ ଏକ ଦୁର୍ଘଟଣାଜନିତ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କରାଇଛନ୍ତି । ତେବେ ଶନିବାର ଅପରାହ୍ନରେ ମୃରଶରୀର ଭୁଡ଼ୁରୁବଣି ଗ୍ରାମରେ ପହଞ୍ଚିବାପରେ ଗ୍ରାମବାସୀ ଏକ ବୈଠକ ଡକାଇଥିଲୋ ସରପଞ୍ଚ ଦୁଃଖୀଆ ମୁର୍ମୁଙ୍କ ସମେତ ଅନ୍ୟାନ୍ୟ ଗ୍ରାମବାସୀଙ୍କ ଉପସ୍ଥିତିରେ ମୃତ ଚମ୍ପାଙ୍କ ଦୁଇପୁଅ ଶୁକୁଲ ଏବଂ ଭୁଦୁ କ୍ଷତିପୂରଣ ପାଇଁ କହିଥିଲେ । ଏହାପରେ ଦେଢଲକ୍ଷଟଙ୍କା କ୍ଷତିପୂରଣ ନେଇ ବୈଠକରେ ନିଷ୍ପତ୍ତି ହେବାପରେ ଶବକୁ ନେଇ ଧକ୍କା ଦେଇଥିବା ବାରିପଦା ସଦରବୃକ ଖଡିଶାଳ ଗ୍ରାମର ରଥ ମହାନ୍ତ ଘର  ସମ୍ମୁଖରେ ରଖି ଧାରଣା ଦେଇଥିଲେ । ଦେଢଲକ୍ଷଟଙ୍କା କ୍ଷତିପୂରଣ ଦେଲେ ଶବ ଉଠାଯିବା ଦାବିରେ ଧାରଣା ଦେଇଥିଲେ ମୃତକଙ୍କ ଦୁଇପୁଅ   ତେବେ ଏନେଇ ଏକ ମାମଲା ରୁଜୁ ହୋଇଥିବାରୁ ବୀମାକମ୍ପାନୀ ପକ୍ଷରୁ ଯାହା କ୍ଷତିପୂରଣ ମିଳିବ ବୋଲି ବୁଝାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଖବରପାଇ ବେତନଟୀଥାନା ଆଇଆଇସି ତିଳରୋମା ରାଉତ ଘଟଣାସ୍ଥଳରେ ପହଞ୍ଚି ଧାରଣାକାରୀଙ୍କୁ ବୁଝାସୁଝା  କରିବାପରେ ଧାରଣା ପ୍ରତ୍ୟାହାର କରି ଅତ୍ୟେଷ୍ଟି ପାଇଁ ଶବ ଉଠାଯାଇଥିଲା ।

Related Posts

About The Author

Add Comment