ଦୈନିକ ୧୮.୭୫ କୋଟି ରାଜସ୍ବ ହରାଉଛନ୍ତି ସରକାର

Spread the love

କେନ୍ଦୁଝର, ୨୦/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅଧୀନସ୍ଥବଳଦାଠାରେ ଥିବା ସିରାଜୁଦ୍ଦିନ ଲୌହ ଖଣିରେ ଆଜିକୁ ୫ଦିନ ହେଲା ଆନ୍ଦୋଳନ କାରଣରୁ ପରିବହନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଫଳରେ ସରକାର ଦିନକୁ ୧୮. ୭୫ କୋଟି ଟଙ୍କା ରାଜସ୍ବ ହିସାବରେ ୫ଦିନ ମଧ୍ୟରେ ୯୩. ୭୫ କୋଟି ଟଙ୍କା ପ୍ରିମିୟମ ହରାଇ ସାରିଲେଣି । ପରିବହନ କାର୍ଯ୍ୟ, ନିଯୁକ୍ତି ଦାବି କରି ସ୍ଥାନୀୟ ଅଞ୍ଚଳର କେତେକ ଲୋକ ଏହି ଆନ୍ଦୋଳନ କରିଛନ୍ତି । ବିଶେଷ କରି ପରିବହନକାର୍ଯ୍ୟ ଦାବି କରି ଖଣିର ମୁଖ୍ୟ ଫାଟକ ସମ୍ମୁଖରେ ବଡ଼କାଳିମାଟି ନୟାଗତ୍ ଓ ବଳଦା ପଞ୍ଚାୟତର ଶତାଧୁକ ଲୋର୍କ ଧାରଣାରେ ବସିଛନ୍ତି । ସ୍ଥାନୀୟ ସରପଞ୍ଚଙ୍କ ନେତୃତ୍ବରେ ବଳଦା ଗ୍ରାମର ଗ୍ରାମବାସୀମାନେ ମଧ୍ୟ ଖଣି ଫାଟକ ସମ୍ମୁଖରେ ଆନ୍ଦୋଳନ ଚଳାଇଛନ୍ତି । ପୂର୍ବରୁ ଏହି ଖଣିରେ ମା’ କୁଆଁରା ଟ୍ରାନ୍ସପୋର୍ଟ ନାମକ ଏକ ସଂସ୍ଥା ପରିବହନ କାର୍ଯ୍ୟ କରୁଥିଲା । ଏହାକୁ ବିରୋଧ କରି ଦିବ୍ୟଜ୍ୟୋତି ଟାହପାଟି ନାମକ ଏକ ସଂସ୍ଥା ସ୍ଥାନୀୟ ଲୋକଙ୍କୁ ଧରି ଧାରଣା ଦେଇଥିବା ଚଢ଼ା ହେଉଛି ସରକାର ରାଜସ୍ବ ହରାଉଥିବାବେଳେ ଅନ୍ୟ ଜଣେ ଖଣି ବ୍ୟବସାୟାଙ୍କ ଚାପରେଜିଲା ପ୍ରଶାସନ / ବାରବ ରବିବା ଆଲୋଚନା ହେଉଛି । ଅନ୍ଦୋଳନକୁ ପ୍ରଶମିତ କରିବା ପାଇଁ ଜିଲା ପ୍ରଶାସନ ତରଫରୁ କୌଣସି ପଦପ ନିଆଯାଉନଥିବାରୁ ଆନ୍ଦୋଳନ କାରଣରୁ ଆଗାମୀ ଦିନରେ ବିପୁଳ ରାଳ’ ହାନି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ନିକଟରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ସିରାଜୁଦ୍ଦିନ ଖଣି କାନା କହିପକ୍ଷଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାର ସୂତ୍ର ବାହାରି ପାରିନାହିଁ । ମନ୍ଦ ଉଦ୍ଦେଶ୍ୟ ରଖ୍ ଏହି ଆନ୍ଦୋଳନ କରାଯାଉଥିବା ଖଣି ନିକଟସ୍ଥ ଅନ୍ୟ ପଞ୍ଚାୟତର ଲୋକମାନେ କହୁଥିବାବେଳେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପ୍ରତି ଦାବି ଲୋକ ଦେଖାଣିଆ ବୋଲି କେତେକ କହୁଛନ୍ତି । ସୂଚନାଯୋଗ୍ୟ ଯେ, ୩୩୫ ୫୯୪ ହେକ୍ଟର ପରିମିତ ବଳଦା ଲୌହ ଖଣିଟି ସିରାଜୁଦ୍ଦିନ ଆଣ୍ଡ କମ୍ପାନୀ ୧୯୬୨ ମସିହାରେ ଲିଜ୍ ସୂତ୍ରରେ ନେଇଥିଲା । ଲିଜ୍ ମିଆଦ ପୂରିବା ପରେ ନୂତନ ଖଣି ନିୟମ ଅନୁଯାୟୀ ନିଲାମପ୍ରକ୍ରିୟାରେ ସିରାଜୁଦ୍ଦିନ କମ୍ପାନୀ ୧୧୮ ପ୍ରତିଶତ ବିରେପୁନର୍ବାର ଖଣିଟିକୁ ଲିରେ ନେଇଛି । ଅଳ୍ପଦିନ ହେବ ଖଣି କାର୍ଯ୍ୟ ଚାଲିଥିବାବେଳେ ଆନ୍ଦୋଳନ କାରଣରୁ ପରିବହନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ପରିବହନ କାର୍ଯ୍ୟ ବନ୍ଦ ରହିବାରୁ କମ୍ପାନୀ ଯେଉଁ କାରଖାନାଗୁଡିକୁ କଞ୍ଚାମାଲ ଯୋଗାଇବା ପାଇଁ ଚୁକ୍ତି କରିଥିଲା ସେହି କାରଖାନାଗୁଡିକ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି । ତାଙ୍କର ଦାବି ପୂରଣ ନହେଲେ ଧାରଣା ଅବ୍ୟାହତ ରହିବ ବୋଲିଆନ୍ଦୋଳନକାରୀମାନେ କହୁଥିବାବେଳେ ସ୍ଥାନୀୟ ପୁଲିସର ରହସ୍ୟମୟ ନୀରବତା ସମସ୍ତଙ୍କୁ ଚକିତ କରିଛି । ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ସରକାରଙ୍କ ରାଜସ୍ବ ହାନିକୁ ରୋକିବାରେ ସହାୟକ ହେବା ଜରୁରୀ ବୋଲି ମତପୋଷଣ ହେଉଛି ।

Related Posts

About The Author

Add Comment