ବାରିପଦା, ୧୮/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ୨୦୧୨ ମସିହା ଠାରୁ ବାରିପଦା ଅର୍ବାନ ସମବାୟ ବ୍ୟାଙ୍କର ଜମାକାରୀମାନେ ୭୬୯୮୪ ଜମାଖାତାରୁ । ନିଜ କଷ୍ଟଲନ୍ତୁ ଜମା ଉଠାଇ ନ ପାରି ହନ୍ତସନ୍ତ ହେଉଥିବା ବେଳେ ପୂର୍ବତନ ପରିଚାଳନା ପରିଷଦର ପ୍ରଚେଷ୍ଟାରେ ମାନ୍ୟବରହାଇକୋର୍ଟଙ୍କ ଠାରେ ରୁଜୁ କରାଯାଇଥିବା ମିସ କେସ ନ ଆଇ . ଏ ୬୯୫/୨୦୦୦ ର ଶୁଣାଣି କରି ଗତ ୨୫/୬/୨୦୨୦ ରେ ମାନ୍ୟବର ନ୍ୟାୟମୂର୍ତ୍ତୀ ପ୍ରମୋଥ ପଟ୍ଟନାୟକ ଜମାକାରୀଙ୍କୁ ସମସ୍ତ ଟଙ୍କା ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ ବଳରେଟଙ୍କା ଫେରସ୍ତ ପ୍ରକ୍ରିୟା ଚାଲି ୩ କୋଟି ୪୬ ଲକ୍ଷ ଟଙ୍କା ଫେରସ୍ତ ହୋଇଥିବା ବଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଆଦେଶ ଉପରେ ସ୍ଥଗିତାଦେଶ ଆଣିବାରୁ ଟଙ୍କା ଫେରସ୍ତବନ୍ଦ ହୋଇଯାଇଥିଲା । ପୁନଶ୍ଚ ଏହି ମାମଲାର ଶୁଣାଣି କରି ମାନ୍ୟବର ହାଇକୋର୍ଟଙ୍କ ଖଣ୍ଡପୀଠ ୧୫/୯/ ୨୦୨୦ ମଧ୍ୟରେ ଶୁଣାଣି କରି ସପ୍ତାହକ ମଧ୍ୟରେ ଜମାକାରୀଙ୍କୁପୂର୍ବବତ ସମସ୍ତ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଜମାକାରୀ ମାନଙ୍କୁ ଆଦୌ ଟଙ୍କା ଫେରସ୍ତ କରାଗଲା ନାହିଁ । ଏଣୁ ଶାସକ ଦଳର ଜନୈକ ଜନନେତା ଓଶାସକ ଦଳର ମୋରଡା ବିଧାୟକ ରାଜକିଶୋର ଦାସଙ୍କ ପରାମର୍ଶକ୍ରମେ ପୂର୍ବତନ ବ୍ୟାଙ୍କ ସଭାପତି ଗିରିଧାରୀ ପୃଷ୍ଟିଙ୍କ ପ୍ରଚେଷ୍ଟା ଓ ପ୍ରେରଣାରେ କରଞ୍ଜିଆର ଜମାକାରୀ ପଙ୍କଜକୁମାର ଶାହା ଓ ଅନ୍ୟାନଙ୍କ ଦ୍ଵାରା ହାଇକୋର୍ଟର ଏକ ଅଦାଲତ ଅବମାନନା କେଶ ରୁଜୁ କରାଗଲା । ଚଳିତ ମାସ ୧୫ରେ ଏହି କେସର ଶୁଣାଣି କରି କେଶକୁ ଗ୍ରହଣ କରିବାସଙ୍ଗେ ସଙ୍ଗେ ମାନ୍ୟବର ହାଇକୋର୍ଟଙ୍କ ନ୍ୟାୟମୂର୍ତ୍ତି ସଞ୍ଜୁ ପଣ୍ଡା ଓ ନ୍ୟାୟମୂର୍ତ୍ତୀ ସଂଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ କାହିଁକି ଟଙ୍କା ଫେରସ୍ତ କରାଗଲା ନାହିଁ ଓ ଖଣ୍ଡପୀଠଙ୍କଆଦେଶ ଅବମାନନା କଲା ତାହାର ଜବାବ ସପ୍ତାହ ମଧ୍ୟରେ ଦେବାକୁ ସରକାରଙ୍କୁ ତଲବ କରିଛନ୍ତି । ପରବର୍ତ୍ତୀ ଶୁଣାଣି ୬/୧/୨୧ କୁ ଧାର୍ଯ୍ୟ କରାଯାଇଛି ।
ବାରିପଦା ଅର୍ବାନ ବ୍ୟାଙ୍କର ଟଙ୍କା ଫେରସ୍ତ ମାମଲା
|
December 18, 2020 |
