ବାରିପଦା, 13.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ବେଆଇନ୍ଜବର ଦଖଲ ସଂପର୍କରେ ପ୍ରଶାସନସବୁ ଜାଣୁଛି ଦେଖୁଛି ତଥାପି ନିରବମୁଦ୍ରାରେ ଚୁପ୍ ହୋଇ ରହିଛି । ଫଳରେଐତିହ୍ୟ ସଂପନ୍ନ ସହର ବାରିପଦା ଦିନକୁଦିନ ତାର ପୂର୍ବ ଗୌରବ ହରାଇବାକୁବସିଥିବା ବେଳେ ସଂପୂର୍ଣ୍ଣଭାବେ ଜବରଦଖଲକାରୀଙ୍କ କବ୍ଜାକୁ ଚାଲି ଯାଇଛି ।ସହରର ପ୍ରତି ୱାର୍ଡର ଗଳି କନ୍ଦିଠୁ ଆରମ୍ଭକରି ଜାତୀୟ ରାଜପଥ ଧାର ମଧ୍ୟ ଜବରଦଖଲ କାରୀଙ୍କ କବ୍ଜାରୁ ବାଦ୍ ପଡ଼ିନି ।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,ଶ୍ରୀ ଶ୍ରୀ ହରିବଳଦେବ ମହାପ୍ରଭୁଙ୍କରଜମି ଯାହା ଏବେ ଦେବୋତ୍ତର ବିଭାଗରଅଧୀନରେ ରହିଛି ସେ ସବୁକୁ ବହୁବଡ ବଡ ପ୍ରତିପଭିଶାଳୀ ଲୋକ ଦୀର୍ଘବର୍ଷ ଧରି ମାଡି ବସିଥିବା ବେଳେ ସାରାସହରକୁ ଜବର ଦଖଲକାରୀ ଓ ଜମିମାଫିଆମାନେ ଗ୍ରାସ କରି ସାରିଲେଣି ।ଫଳରେ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ଥାଇ ମଧ୍ୟ ଅର୍ଥାଭାବ ଯୋଗୁଁମହାପ୍ରଭୁଙ୍କ ନୀତି କାନ୍ତି ରେ ବି ଭ୍ରାଟଉପୁଜୁଥିବା ନେଇ ଶ୍ରୀ ଶ୍ରୀ ହରିବଳଦେବଜିଉଙ୍କ ସେବାୟତ ତଥା ଓଡ଼ିଶା ମଠମନ୍ଦିର ସେବାୟତ ସଂଘର ସଭାପତିକାମେଶ୍ଵର ତ୍ରିପାଠୀ ଅଭିଯୋଗ କରିଛନ୍ତି ।ବାରମ୍ବାର ଏ ନେଇ ଅଭିଯୋଗ ପରେମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜି ଥିବାରୁବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶପାଇଛି । ସହରର ପେଣ୍ଠ ସ୍ଥଳ ସମେତବିଭିନ୍ନ ୱାର୍ଡ ରେ ଥିବା ସରକାରୀ,ଗୋଚର ଏବଂ ଦେବୋତ୍ତର ଜମିଉପରେ ଜବରଦଖଲ କରି ରହିଥିବାବଡବଡିଆଙ୍କ ପ୍ରତି ପ୍ରଶାସନ କେବେକୌଣସି ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣକରୁ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟିହୋଇଛି । ବଡବଡିଆଙ୍କ ପ୍ରତି ଆଖୁବୁଜି ଅହେତୁକ ଅନୁକମ୍ପା ଦେଖାଉଥିବାପ୍ରଶାସନର ଏଭଳି ପ୍ରୀତି ପଛର କାରଣକ’ଣ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚାରବିଷୟ ପାଲଟିଛି । ପ୍ରଶାସନ ଜାଣିଶୁଣିନିରବ ଦ୍ରଷ୍ଟା ସାଜିବାରୁ ଜମି ମାଫିଆଙ୍କଲୋଲୁପ ଦୃଷ୍ଟି ବାରିପଦାର ବିଭିନ୍ନନଦୀଶଯ୍ୟ ଉପରେ ମଧ୍ୟ ପଡିଛି । ସହରମଧ୍ୟରେ ପ୍ରବାହିତ ହେଉଥିବା ଜରାଳୀନଦୀର ଶଯ୍ୟକୁ ବିଭିନ୍ନ ସ୍ଥାନରେ ପୋତିଜମି ମାଫିଆମାନେ ତହସିଲ ଅଫିସରେମୋଟା ଅଙ୍କର ଲାଞ୍ଚ ଦେଇ ସ୍ଥାୟୀଜମିପଟ୍ଟା ହାସଲ କରି ବିକ୍ରି କରୁଥିବାନେଇ ମଧ୍ୟ ଅଭିଯୋଗ ହେଉଛି । ଅନେକସ୍ଥାନରେ ଶ୍ମଶାନ ଜମି ଓ ନଦୀଗର୍ଭରେମଧ୍ୟ କୋଠାବାଡି ମଧ୍ୟ ନିର୍ମାଣ ହେଉଛି ।ଫଳରେ ନଦୀ ଶଯ୍ୟା ସଂକୁଚିତ ହୋଇଟ୍ରେନରେ ପରିଣତ ହୋଇଛି । କେତେକସ୍ଥାନରେ ନଦୀର ଗତି ପଥକୁ ମଧ୍ୟବଦଳାଯାଇଥିବା ନେଇ ସାମାଜିକସଂଗଠନ ଭଞ୍ଜସେନା ପକ୍ଷରୁ ବାରମ୍ବାରପ୍ରଶାସନକୁ ଅବଗତ କରାଇ କାର୍ଯ୍ୟାନୁଷ୍ଠାନନିମନ୍ତେ ସ୍ମାରକପତ୍ର ଦେବା ପରେ ମଧ୍ୟକୌଣସି କାର୍ଯ୍ୟାନୁଷ୍ଠାନ ହୋଇନି ।ସୂଚନା ମୁତାବକ ରାଜତନ୍ତ୍ରଅମଳରୁ ବାରିପଦା ସହରରେ ମହାପ୍ରଭୁଶ୍ରୀ ଶ୍ରୀ ହରି ବଳଦେବ ଜିଉଙ୍କ ପାଇଁଖଞ୍ଜା ଯାଇଥିବା ପ୍ରାୟ ୪ହଜାର ଏକରରୁଅଧିକ ଜମି ଏବେ ସଂପୂର୍ଣ୍ଣଭାବେ ଜବରଦଖଲକାରୀଙ୍କ କବ୍ଜାରେ । ମହାପ୍ରଭୁଙ୍କକୋଟି କୋଟି ଟଙ୍କା ମୂଲ୍ୟର ସମ୍ପଭିଜବର ଦଖଲକାରୀଙ୍କ କବ୍ଜାରୁ ଉଦ୍ଧାରପାଇଁ ବାରମ୍ବାର ମନ୍ଦିର ସେବାୟତଙ୍କଠାରୁ ଆରମ୍ଭ କରି ବୁଦ୍ଧି ଜୀବୀଙ୍କପକ୍ଷରୁ ଦାବି ହୋଇ ଆସିଛି । ୨୦୧୮ଏବଂ ୨୦୧୯ ମସିହାରେ ଏ ନେଇପୂର୍ବତନ ଉପବାଚସ୍ପତି ତଥା ବାରିପଦାବିଧାୟକ ସାନନ୍ଦ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେଏଣ୍ଡାମେଣ୍ଟ କମିଶନ ଏବଂ ଖୋଦଆଇନ ମନ୍ତ୍ରୀଙ୍କ ଉପସ୍ଥିତିରେ ବାରମ୍ବାରସଚିବାଳୟରେ ବୈଠକ ପରେ ବୈଠକବସିଛି । ମାତ୍ର ଆଜି ଯାଏଁ ଏହାରସୁଫଳ କିଛି ମିଳିନି । ବିଶେଷ ସୂତ୍ରରୁମିଳିଥିବା ଖବର ଅନୁଯାୟୀ ଏଣ୍ଡାମେଣ୍ଟକମିଶନରଙ୍କ ନିକଟରେ ମୋଟ ୫୬ଟିକେସ ବାରିପଦା ଦେବୋତ୍ତର ବିଭାଗପକ୍ଷରୁ ଦାୟର ହୋଇଥିଲା ବଳେ ୨୦ଟିମାରେ ଜବର ଦଖଲ ଉଛେଦ ପାଇଁନିର୍ଦ୍ଦେଶ ଆସିଛି । ତେବେ କରୋନାମହାମାରୀ ଓ କୋଭିଡ କଟକଣା ପାଇଁଏହି ଜବର ଦଖଲ ଉଚ୍ଛେଦ ଏବେ ବନ୍ଦଫାଇଲ୍ ଭିତରେ ପଡି ରହିଥିଲା ବେଳେପୁଣି ଦିନକୁ ଦିନ ଜବର ଦଖଲ ବୃଦ୍ଧିପାଇବାରେ ଲାଗିଛି ।
ଅର୍ଥାଭାବ ଯୋଗୁଁ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ
|
December 13, 2020 |



