ଯାଜପୁର, ୦୨/୧୨/୨୦ (ସନ୍ଧାନ ନିଉଜ) : ବୁଧବାର ପୂର୍ବାହ୍ନରେ ଜିଲ୍ଳ୍ା ପରିବେଶ ସମିତି ପକ୍ଷରୁ ଜିଲ୍ଳ୍ାପାଳଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ପ୍ରଦୁ୍ୟଷଣ ନିରୋଧ ଦିବସ ପାଳିତ ହୋଇଯାଇଚ୍ଥି । ଅନଲାଇନ ବ୍ୟବସ୍ଥା ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଳ୍ାପାଳ ଚକ୍ରୱର୍ତ୍ତୀ ସିଂ ରାଠୋର ପ୍ରଦୁ୍ୟଷଣ ସମସ୍ୟା ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଚ୍ଥି ବୋଲି କହିଥିଲେ । ବିଦ୍ୟାଳୟ ସ୍ତରରୁ ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କୁ ପ୍ରଦୁ୍ୟଷଣ ନିୟନ୍ତ୍ରଣ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସଂପର୍କରେ ସେ ଗୁରୁତ୍ୱାରୋପ କରିଥିଲେ । ସରକାର, ପ୍ରଶାସନ ଅନେକ ସଂଗଠନ ଓ ବ୍ୟକ୍ତି ବିଶେଷ ପ୍ରଦୁ୍ୟଷଣ ନିରୋଧ ପାଇଁ ଅନେକ ପଦକ୍ଷେପ ନେଇଚ୍ଥନ୍ତି । ତେବେ ଏହାର ସୁପଂଳ ସମସ୍ତଙ୍କ ଉଦ୍ୟମରେ ପ୍ରାପ୍ତ ହୋଇପାରିବ ବୋଲି ସେ କହିବା ସହ ପରିବେଶ ସମିତି ଆନୁକୂଲ୍ୟରେ ସବୁଜ ପରିବେଶ ପରିକ୍ରମା ନାମରେ ପ୍ରସ୍ତୁତ ପୁସ୍ତକଟିର ଉନ୍ମୋଚନ କରିଥିଲେ । ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି ପ୍ରଦୁ୍ୟଷଣ ମୁକ୍ତ ସମାଜ ଗଠନ କ୍ଷେତ୍ରରେ ପରିବେଶ ସମିତିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ବିଶେଷ କରି ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ଦ୍ୱାରା ଇକୋ କ୍ଳ୍ବ ମାଧ୍ୟମରେ ବ୍ୟାପକ ବୃକ୍ଷ ରୋପଣ ଓ ସୁସ୍ଥ ପରିବେଶ ସୃଷ୍ଟି ପାଇଁ ଉଦ୍ୟମକୁ ଅବ୍ୟାହତ ରଖିବାକୁ ସେ ପରାମର୍ଶ ଦେଇଥିଲେ । ପରେ ପ୍ରଦୁ୍ୟଷଣ ନିରୋଧ ସଂପର୍କରେ ଏକ ଆଲୋଚନା ଚକ୍ର ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପରିବେଶ ସମିତିର ସଦସ୍ୟ, ପ୍ରଦୁ୍ୟଷଣ ନିୟନ୍ତ୍ରଣରେ ଜଡିତ ବ୍ୟକ୍ତି ବିଶେଷ, ପ୍ରଶାସନିକ ଅଧିକାରୀ ପ୍ରମୁଖ ଅନ୍ଲାଇନ୍ ମାଧ୍ୟମରେ ଯୋଗଦେଇ ମତାମତ ଉପସ୍ଥାପନ କରିଥିଲେ । ପରିବେଶ ସମିତିର ସଂପାଦକ ଡଃ ଶରତ କୁମାର ସାହୁ ଓ ଯୁଗ୍ମ ସଂପାଦକ ମଳୟ କୁମାର ମିତ୍ର ଉପସ୍ଥିତ ରହି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
ଯାଜପୁରରେ ଜାତୀୟ ପ୍ରଦୁ୍ୟଷଣ ନିରୋଧ ଦିବସ ପାଳିତ ।
|
December 2, 2020 |