ବୈଶିଙ୍ଗା,01.12.2020 (ଲିଙ୍ଗରାଜ ପଣ୍ଡା): ମାତ୍ର ୧୨ ଜଣ ପଞ୍ଚାୟତ ନିର୍ବାହୀ ଅଧୁକାରୀ (ପିଇଓ)ଙ୍କ ଉପରେ ବେତନଟୀ ବ୍ଲକ୍ ର ୨୪ଟି ପଞ୍ଚାୟତ ଦାୟିତ୍ବ ନ୍ୟସ୍ତ କରାଯାଇଛି । ଜଣେ ପିଇଓଙ୍କୁ ଏକରୁ ଅଧୁକ ପଞ୍ଚାୟତ ଦାୟିତ୍ବ ଦିଆଯାଇଥିବାରୁ ସେମାନଙ୍କ କାର୍ଯ୍ୟ ସମ୍ପାଦନ କରି ବାରେ ଅସୁବିଧା ଭୋଗୁଛନ୍ତି ଏପରିକି ଠିକ୍ ଭାବେ କାର୍ଯ୍ୟ ତୁଲାଇବା ସେମାନଙ୍କ ପକ୍ଷରେ ସମ୍ଭବ ହେଉ ନାହିଁ ଅନ୍ୟପଟେ ପିଇଓଙ୍କ ଅଭାବ ଯୋଗୁଁ ସରକାରୀ କାର୍ଯ୍ୟ ଠିକ୍ ଭାବେ ହୋଇପାରୁ ନାହିଁ ଅନେକ କାମରେ ଦୁର୍ନୀତି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପଞ୍ଚାୟତ ଅଧୁକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଘନଶ୍ୟାମ ମହାନ୍ତଙ୍କୁ ବୈଶିଙ୍ଗା ଓ କେନ୍ଦୁ ଆ, ଯୁ ଧଷ୍ଠି ର ମହାନ୍ତଙ୍କୁ ପୁରିଯା, ଗଡ଼ଦେଉଳିଆ ଓ କଳମା, ଶ୍ଵେତପଦ୍ମା ପରିଡ଼ାଙ୍କୁ ନଡ଼ପୁର ଓ ପାଟଳିପୁରା, ଯୁଧୁଷ୍ଠିର ବେହେରାଙ୍କୁ ରଘୁପୁର ଓ ପୁରୁଣିଆ, ଅବିନାଶ ପାତ୍ରଙ୍କୁ ଚାଞ୍ଚିପଦା ଓ ଯୁଗଳ, ରବିନାରାୟଣ ପୃଷ୍ଟିଙ୍କୁ ବେତନଟୀ, ସାଲ ଓ ମେର୍ହା, ଅରବିନ୍ଦ ମିଶ୍ରଙ୍କୁ ଏହି କାଠି, ବଡ଼ନ ମହାନ୍ତଙ୍କୁ ସଇଦପୁର, ଚନ୍ଦ୍ରମଣି ମହାନ୍ତଙ୍କୁ ଆଗୁଆ ଓ ଶାଳବଣି ସାମିଲ ନହଣ୍ଡାଶାଳ, ପବିତ୍ର ମୋହନ ବାରିକଙ୍କୁ ହାତୀଝୁରୀ, ଅଁଳା ଓ ମୁକ୍ତାପୁର, ଚିତ୍ତରଞ୍ଜ ସିଙ୍କୁ ଆମ୍ବଗଡ଼ିଆ ଓ ସନ୍ତରା, ମନୋରଞ୍ଜନ ଟିପିରିଆଙ୍କୁ ମହିଷାଶାଳ ପିଇଓ ଦାୟିତ୍ବ ନିର୍ବାହ କରୁଛନ୍ତି । ଏଥିରୁ ୩ ଜଣ ପିଇଓ ୩ଟି ଲେଖାଏଁ ପଞ୍ଚାୟତର ଦାୟିତ୍ବରେ ଥିବାବେଳେ ୬ ଜଣ ପିଇଓ ୨ଟି ଲେଖାଏଁ ପଞ୍ଚାୟତ ଦାୟିତ୍ବରେ ଏବଂ ୩ ଜଣ ପିଇ ଓ ।ଗୋଟିଏ ଲେଖାଏଁ ପଞ୍ଚାୟତ ଦାୟିତ୍ବରେ ରହି କାର୍ଯ୍ୟ ସମ୍ପାଦନ କରୁଛନ୍ତି । କଳମା, ନଡ଼ ପୁର, ପାଟଳିପୁରା, ରଘୁପୁର, ଅଁଳା, ବୈଶିଙ୍ଗା, କେନ୍ଦୁଆ, ହାତୀଖୁ ରୀ, ଆଗ ଭଳି ବହୁ ପଞ୍ଚାୟତରେ ଏଜିଏଆରଇଜିଏସ୍ ଖେଳପଡ଼ିଆ, ମାଟି ରାସ୍ତା ନିର୍ମାଣ, ପୋଖରୀ ଖନନ, ସ୍ଵଚ୍ଛ ଭାରତ ମିଶନ ମାଧ୍ୟମରେ ପାଇଖାନା, ଆବାସ ଯୋଜନାରେ ଗୃହ ବଣ୍ଟନ ଆଦି ବିଭିନ୍ନ କାର୍ଯ୍ୟରେ ବହୁ ଅନିୟମିତତା ହୋଇଥିବା ସୂଚନା ମିଳିଛି ଏଥିପ୍ରତି ବିଭାଗ ସଚେତନ ହୋଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି ।
ଅଧିକ କାର୍ଯ୍ୟଭାର ଓ ପିଇଓଙ୍କ ଅଭାବ ଯୋଗୁଁ ଦୁର୍ନୀତି ହେଉଥିବା ଅଭିଯୋଗ
|
December 1, 2020 |


