ମାଣତ୍ରୀ,01.12.2020 (ଲିଙ୍ଗରାଜ ପଣ୍ଡା): ବଡ଼ସାହି ବ୍ଳକ୍ ଅଧୀନରେ ଥିବା ୩୦ଟି ପଞ୍ଚାୟତରେ ୧୨୧୬ ହିତାଧିକାରୀଙ୍କ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଶେଷ କର ଆସନ୍ତା ଡିସେମ୍ବର ୨୫ ତାରିଖ ସୁଦ୍ଧା ଏହି କାମ ସାରିବାକୁ ସରକାରଙ୍କ ପକ୍ଷରୁ ବଡ଼ସାହି ବିଡିଓ କରୁଣାକର ଧୁନ୍ଦାପଞ୍ଚାୟତ କର୍ମଚାରୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାମନ୍ତ୍ରୀ ଆବାସ ଗୃହ ଶେଷ କରିବା ପାଇଁ ସେ କଡ଼ା ଚେଡ଼ାବନୀ ଦେଇ କହିଛନ୍ତି, ଉକ୍ତ କାର୍ଯ୍ୟରେ ପଞ୍ଚାୟତ କାର୍ମଚାରୀ ଯଦି ସହଯୋଗ ନକରନ୍ତି, ତବେ ସେମାନଙ୍କ ବିରୋଧରେ ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟୟାନୁଷ୍ଠାନ ନିଆଯିବ। ବଡ଼ ସାହି ପଞ୍ଚାୟତ ରେ ୪୭ ଗୁ ହା ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଦିଆଯାଇଛି । ସେହି ପରି ବଳଭଦ୍ର ପୁର ପଞ୍ଚାୟତରେ ୨୮, ଭୀମିଦାରେ ୨୫, ବୀରେଶ୍ୱରପୁରରେ ୫୮, ଚନ୍ଦନପୁରରେ ୪୫, ଛେଳିଆ (ଏ) ରେ ୧୫, ଦେଉଳିଆରେ ୩୮ ଜଣ, ଦୁର୍ଗାପୁରରେ ୫୪, ଗୁଡ଼ି ଆଲବନ୍ଦରେ ୪୮, ଯଦୁନାଥପୁରରେ ୪୫, ପାରିକାଣିରେ ୫୭, ଯୋଗୀନୂଆଗାଁରେ ୧୯, କେନ୍ଦୁଢି ଆରେ ୩୭, ଖାନୁଆରେ ୩୭, କୋଚିଳାଖୁଣ୍ଟରେ ୬୯, ମାଧପୁରରେ ୭୪, ମାଣତ୍ରୀରେ ୯, ମାନଗୋବିନ୍ଦପୁରରେ ୬୫, ନାଉପାଳରେ ୧୮, ପଟିସାରୀରେ ୨୨, ପାଉଶିଆ ପାଇଁ ୩୫, ପ୍ରତାପୁର ପାଇଁ ୬୫, ପୂର୍ଣଚନ୍ଦ୍ରପୁର ପାଇଁ ୩୮, ଶାଳଗାଁ ପାଇଁ ୬, ସାନକେରକ ପାଇଁ ୪୪, ଶିଆଳି ଘାଟି ପାଇଁ ୬୩, ଶୁ ହାଗପୁର ପାଇଁ ୫୪, ତାଳପଦା ପାଇଁ ୧୮, ଟଙ୍ଗାଶୂଳ ପାଇଁ ୫୮, ଉଠାଣୀନୂଆଗାଁ ପାଇଁ ୨୫ ଲକ୍ଷ୍ୟ ଧାର୍ଯ୍ୟ ଦିଆଯାଇଛି । ସେଥିମଧ୍ୟରୁ ୧୦ଟି ପଞ୍ଚାୟତ ଗ୍ରୀନ୍ ଜୋନ୍ରେ ଥିବାବେଳେ ୫ଟି ପଞ୍ଚାୟତ ରେଜୋନ୍ରେ ରହିଛି ଅନ୍ୟ ୧୫ଟି ପଞ୍ଚାୟତ ଅରେଞ୍ଜ ଜୋନ୍ରେ ରହି ଥି ବା ବିଡି ଓ ଘୋଷଣା କରିଛନ୍ତି