ଯାଜପୁର, ୨୭/୧୧/୨୦ (ସନ୍ଧାନ ନିଉଜ) : ସଂସ୍କୃତ ଭାଷା ବିଶ୍ୱର ସର୍ବ ପୁରାତନ ଭାଷା ଭାବେ ପରିଚିତ । ଆଦି କବି କାଳି ଦାସ ଏହି ଭାଷାକୁ ଯେଉଁ ସ୍ତରକୁ ନେଇଚ୍ଥନ୍ତି ତାହା ଅନନ୍ୟ ଓ ଚିରନ୍ତନ ବୋଲି ବକ୍ତାମାନେ ମତବ୍ୟକ୍ତ କରିଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଳ୍ା ସ୍କୁଲ ଠାରେ କାଳି ଦାସ ଜୟନ୍ତୀ ଜିଲ୍ଳ୍ା ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ପାଳିତ ହୋଇଥିଲା । ଏଥିରେ ଊଦ୍ଘାଟକ ଭାବେ ଯୋଗଦେଇ ଶିକ୍ଷାବିତ୍ ପଣ୍ଡିତ ଭୂପତି ଭୂଷଣ ମିଶ୍ର କାଳିଦାସଙ୍କ ଭଳି ପ୍ରତିଭା ସଂପନ୍ନ ବ୍ୟକ୍ତି ବିଶ୍ୱରେ ବିରଳ ବୋଲି କହିଥିଲେ । ଜ୍ଞାନ, ବୁଦ୍ଧିରେ ଯେତିକି ଦକ୍ଷ, ପାଣ୍ଡିତ୍ୟ ଓ ସାହିତ୍ୟ କ୍ଷେତ୍ରରେ କାଳିଦାସ ତତୋଧିକ ମହାନ ଥିଲେ ବୋଲି ଶ୍ରୀ ମିଶ୍ର କହିବା ସହ ବିଶ୍ୱ ସାହିତ୍ୟରେ କାଳି ଦାସଙ୍କର କୃତିତ୍ୱ ଚୀର ଅମର ବୋଲି କହିଥିଲେ । ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ କାଳି ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କାଳି ଦାସଙ୍କର ରଚନା ସମୂହ କାଳଜୟୀ ଓ ବିଶ୍ୱ ବିଦିତ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଳ୍ା ସ୍କୁଲର ସଂସ୍କୃତ ଶିକ୍ଷକ ପଣ୍ଡିତ ବିଜୟ କୁମାର ନନ୍ଦ କାଳି ଦାସଙ୍କ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ସଂଘର ସଭାପତି ଅକ୍ଷୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀରେ କାର୍ଯ୍ୟକାରୀ ସଭାପତି ଅଚୁ୍ୟତ ମିଶ୍ର ଅତିଥି ପରିଚୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ସଂପାଦକ ଶରତ କୁମାର ସାହୁ କାଳି ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ସଂଘର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ସଂଘର କର୍ମକର୍ତ୍ତା ମାନେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।
ଯାଜପୁରରେ କାଳି ଦାସ ଜୟନ୍ତୀ ପାଳିତ
|
November 27, 2020 |