ଭାରତୀୟ ଏକାଡେ଼ମୀ ଟ୍ରଷ୍ଟ ,ଜାରକା ଶାଖା ତରଫରୁ ଶିଶୁ ପ୍ରତିଭା ପ୍ରୋସ୍ଛାହନ କାର୍ଯ୍ୟକ୍ରମ

Spread the love
ଯାଜପୁର, ୧୪/୧୧/୨୦ (ସନ୍ଧାନ ନିଉଜ) : ଭାରତୀୟ ଏକାଡେ଼ମୀ ଟ୍ରଷ୍ଟ ,ଜାରକା ଶାଖା ଆନୁକୂଲ୍ୟରେ ଜାତୀୟ ଶିଶୁ ଦିବସ ଉପଲକ୍ଷେ ଏକ ଶିଶୁ  ପ୍ରତିଭା ଅନ୍ୱେଷଣ ଏବଂ  ପ୍ରୋସ୍ଛାହନ କାର୍ଯ୍ୟକ୍ରମ ଟ୍ରଷ୍ଟ ର ଅଧ୍ୟକ୍ଷ ଡ଼ା ପ୍ରଭାସ ଆଚାର୍ଯ୍ୟ ଙ୍କ ନିର୍ଦ୍ଧେଶ କ୍ରମେ ସ୍ଥାନୀୟ ସମ୍ରାଟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିଥ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଓଡ଼ିଆ ଓ ଇଂଗ୍ରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରଥମ ଠାରୁ ଦଶମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଓ ସମାଜସେବୀ ଡ଼ ଭିକାରୀ ଚରଣ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହ ଛାତ୍ର  ଛାତ୍ରୀ ମାନଙ୍କୁ ନିଜର ଭବିଷ୍ୟତ ଗଠନରେ ଗୁଣାତ୍ମକ ଶିକ୍ଷା ର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ ସାଗରୀକା ମହାରଣା ଏବଂ ଅଂଶୁମାନ ପୃଷ୍ଟି ପ୍ରଦୀପ ପ୍ରଜ୍ବଳନ ଶ୍ଳୋକ ଉଚ୍ଚାରଣ କରିଥିଲେ ଉତ୍କ କାର୍ଯ୍ୟକ୍ରମରେ ସମାଜସେବୀ ଓ ଶିକ୍ଷାବିତ ଶ୍ରୀମତୀ ଲୋପାମୁଦ୍ରା ନନ୍ଦ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ କରୋନା ସଚେତନତା ଓ ଶିଶୁଦିବସ ର ମହତ୍ତ୍ୱ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ଛାତ୍ରଛାତ୍ରୀ ମାନେ ଅନଲାଇନ ଶିକ୍ଷାର ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ତଥା କରୋନା ମହାମାରୀ ର ବିଭିନ୍ନ ଦିଗ ଉପରେ ନିଜ ନିଜର ମତ ରଖିବା ସହ ସାଂସ୍କୃତିକ ଓ ଆଧ୍ୟାତ୍ମିକ ସଙ୍ଗୀତ ଗାନ କରି ମନମୁଗ୍ଧ କର ପରିବେଶ ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଭାରତୀୟ ଏକାଡେ଼ମୀ ଟ୍ରଷ୍ଟ ,ଜାରକା ଶାଖାର ଆବାହିକା ତଥା ଧର୍ମଶାଳା ଅଂଚଳର ବରିଷ୍ଠ ସମାଜସେବୀ ଶ୍ରୀମତୀ ଲକ୍ଷ୍ମୀ ଖମାରୀ ପରିଚାଳନା କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କର ଅନ୍ତଃର୍ନିହିତ ପ୍ରତିଭା ର ବିକାଶ ,ସମାଜ କଲ୍ୟାଣ ପାଇଁ ଆଗ୍ରହ ,ସମାଜ ଓ ସଂସ୍କୃତି ପ୍ରତି ସମର୍ପଣ ଭାବର ମାନସିକତା ସୃଷ୍ଟି ପାଇଁ ଏହିପରି ଚେଷ୍ଟା ଭବିଷ୍ୟତ ରେ ଚାଲୁ ରହିବ ବୋଲି ଶ୍ରୀମତୀ ଖମାରି ସୂଚନା ଦେଇଛନ୍ତି । ଟ୍ରଷ୍ଟ ର ସଦସ୍ୟ ଶ୍ରୀମତୀ ଶ୍ରଦ୍ଧାଞ୍ଜଳୀ ପତି ,ଅମୀୟ କୁମାର ମହାନ୍ତି ,ନିକୁଞ୍ଜ କିଶୋର ସ୍ୱାଇଁ ,ଅର୍ଜୁନ ପୃଷ୍ଟି ,ଡ଼ା ନିହାର ରଞ୍ଜନ କର ,ପ୍ରଫୁଲ୍ଲ କୁମାର ରାଉତ ,ଦିଲ୍ଲୀପ କୁମାର ଜେନା ,ନରେନ୍ଦ୍ର ମହାନ୍ତି ,ପ୍ରଭାତ କୁମାର  କର ,ରଘୁନାଥ ପଣ୍ଡା ,ରଶ୍ମୀ ରଞ୍ଜନ ସାମଲ ,ସାଗରୀକା ମହାରଣା ,ସୁରେନ୍ଦ୍ର ପାଣି ,ଶଶୀ ଭୂଷଣ ସ୍ୱାଇଁ ,ଚନ୍ଦନ କୁମାର ପ୍ରଧାନ ,ଅଭିମନ୍ୟୁ ଧଳ ,ଜ୍ୟୋତ୍ଶ୍ନବାଳା ଦାସ ,ଜୟପାଲ ଖମାରି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସଭା ଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ଊସ୍ଛାହିତ କରିବା ପାଇଁ ଟ୍ରଷ୍ଟ ତରଫରୁ ପ୍ରମାଣପତ୍ର ,ଉପହାର ଓ ଦ୍ବୀପ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା  । ସମସ୍ତ କାର୍ଯ୍ୟକ୍ରମ କୋଭିଡ ନିୟମାବଳୀ କୁ କଡ଼ାକଡ଼ି ଭାବରେ ପାଳନ କରି ସମାପନ କରାଯାଇଛି ବୋଲି ଟ୍ରଷ୍ଟ ପ୍ରମୁଖ କାର୍ଯ୍ୟକର୍ତା ପ୍ରଫୁଲ୍ଲ ରାଉତ ଓ ଅମୀୟ ମହାନ୍ତି ସୂଚନା ଦେଇଛନ୍ତି ।

Related Posts

About The Author

Add Comment