କରଞ୍ଜିଆ 4/11 (ସନ୍ଧାନ ନ୍ୟୁଜ୍) :- ଗତମାସ ୨୯ ତାରିଖ ଗୁରୁବାର ଦିନ ଦିପହରରେ ଲୁଟିନେଲେ ଲକ୍ଷଟଙ୍କା । କରଞ୍ଜିଆର ବ୍ୟସ୍ତବହୁଳ ଜାଗା ନେତାଜୀ ଛକ ନିକଟ ସ୍ଥାନୀୟ ଏସବିଆଇ ବ୍ରାଞ୍ଚରୁ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇ ଘରକୁ ଯିବା ବେଳେ କିଛି ଜିନିଷ କିଣାକିଣି ପାଇଁ ଅଟକି ରହିଥିବା କରଞ୍ଜିଆ ବୃକ ଘାଡ଼ାଘଟୁରି ଗାଁର ରହିଣା ମହାନ୍ତି ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକ ସ୍କୁଟର ଶିକାର ହୋଇଥିଲେ । ଏହି ଘଟଣାକୁ ଗୁରୁତ୍ବର ସହ ନେଇ ମୟୁର ଏସପି ଏକ ଟିମ୍ ଗଠନ କରି ଥିଲେ । ତାହାର ନେତୃତ୍ବ ନେଇଥିଲେ ଉପଖଣ୍ଡ ପୁଲିସ ଅଧିକାରୀ ସତ୍ୟ ବିକାଶ ଭୂୟାଁ । ଟିମ୍ରେ କରଞ୍ଜିଆ ଆଇଆଇସି ସରୋଜିନୀ ସିଂ, ଏସଆଇ ସତ୍ୟ ନାରାୟଣ କାଳ, ଏଏସଆଇ ସନାତନ ମହାନ୍ତ ସାମିଲ ଥିଲେ । ସେମାନେ ସିସି ଟିଭି ଫୁଟେଜ ଆଧାରରେ ବିଭିନ୍ନ ଜାଗା ଚଢ଼ାଉ କରି ବିଦୁକର ଭଣ୍ଡାରୀପୋଖରୀରୁ ଖୋପୀ ଦାସ ନାମକ ଲୁଟେରାକୁ କାବୁ କରିଥିଲେ ଏବଂ ତା ପାଖରୁ ୭୦ ହଜାର ଟଙ୍କା ଜବତ କରାଯାଇଥିବା ଆଳି ଉପଖଣ୍ଡ ପୁଲିସ ଅଧିକାରୀ ଶ୍ରୀ ଭୂୟାଁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମଳନୀ ରେ ଆଇଆଇସି ସରଳିନୀ ସିଂ ଓ ଘଟଣାର ତଦନ୍ତ ଅଧିକାରୀ ସତ୍ୟ ନାରାୟଣ କାଳ ଉପସ୍ଥିତ ଥିଲେ । ଆଜି ଅଭିଯୁକ୍ତ ଗୋପୀ ଦାସକୁ କୋଟି ଚାଲାଣ କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଦିନ ୧୨.୨୫ରେ ନେତାଜୀ ଛକ ନିକଟ ରାସ୍ତା କଡ଼ରେ ଛିଡା ହୋଇଥିଲେ ରହିଣା । ହଠାତ ଚୋର ଚୋର କହି ସେ ପାଟିକଲେ । ଠିକ୍ ଏତିକି ବେଳେ ଜଣେ ଲାଲ ରଙ୍ଗର ଟି-ଶାର୍ଟ ପିନ୍ଧିଥିବା ଯୁବକ ପାଖରେ ଥିବା ଏକ ପଲସରରେ ଡିଆଁ ମାରି ବସିବା ପରେ ଦୁଇଜଣ ଯୁବକ କରଞ୍ଜିଆ ବାରିପଦା ରାସ୍ତାରେ ଦ୍ରୁତଗତିରେ ଚମ୍ପଟ ମାରିଲେ। ଶ୍ରୀ ମହାନ୍ତ କହିଛନ୍ତି, ଘରକୁ ଯିବାବେଳେ ନେତାଜୀ ଛକ ନିକଟରୁ କିଛି ଜିନିଷ କିଣିବା ପାଇଁ ଅଟକିଥିଲି ଡିକିରେ ପଇସା ଥିବାରୁ ନିଜେ ଗାଡି ପାଖରେ ଠିଆ ହୋଇଥିଲି । କିନ୍ତୁ ହଠାତ ଜଣେ ଯୁବକ ପଛପଟୁ ଆସି ର ସଂ ଗସଂଗେ ଜାରଜବରଦସ୍ତ ଡିକିରେ ହାତମାରି । ଦୁଇଟି ୫୦୦ ଟଙ୍କିଆ ବଣ୍ଡଲକୁ ନେଇ ଛୁ ମାରିଲା ପାଟି କରୁକରୁ ଆଖପିଛୁଳାକେ ଚମ୍ପଟ ମାରିଲେ ଲୁଟେରା ।
ଜଣେ ଗିରଫ ୭୦ ହଜାର ଜବତ
|
November 4, 2020 |