ଭୁବନେଶ୍ୱର, ୦୧/୧୧/୨୦୨୦ (ସନ୍ଧାନ ନିଉଜ) ନେତୃତ୍ତ୍ୱର ମାନସିକ ପରିବର୍ତ୍ତନାରେ ମଦମୁକ୍ତି ଓଡିଶା ସମ୍ଭବ ଭଳି ମତ ପ୍ରକାଶ ପାଇଁ ବିବେକାନନ୍ଦ ଯୁବ ସଂସଦ ଦ୍ୱାରା ଆୟୋଜିତ ବିଂଶତମ ଇ-ପାଠ୍ୟଚକ୍ର, ଯାହା ୧ ନଭେମ୍ବର ଅପରାହ୍ନ ୩-୪.୩୦ ମଧ୍ୟରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଅନୁଷ୍ଠିତ ହେଇଜାଇଛି ।ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ ଇଂ ସତ୍ୟବ୍ରତ ପୃଷ୍ଟି,ଆବାହକ,ମଦମୁକ୍ତି ଯୁବ ବାହିନି ଓଡିଶା । ସେ ତାଙ୍କ ବକ୍ତବ୍ୟରେ କିଭଳି ମଦର ପ୍ରସାର ଫଳରେ ରାଜସ୍ୱ ହାନି ତଥା ଅନୁକମ୍ପା ରାଶି ପ୍ରଦାନ ଦ୍ୱାରା ସରକାର ସ୍ୱାସ୍ଥ୍ୟ ତଥା ସମ୍ବଳର ଅପଚୟ ହେଉଛି ସେହି ସଂକ୍ରାନ୍ତରେ ବିଭିନ୍ନ ତଥ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ । ଆଜୀବନ ସଦସ୍ୟା ତଥା କଟକ ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ସଭାଧ୍ୟକ୍ଷା, ସୁଶ୍ରୀ ମନ୍ଦିକିନୀ ଜେମା ଏଥିରେ ପୌରୋହିତ୍ୟ କରିଥିବା ସ୍ଥଳେ ସଂଯୋଜନା କରିଥିଲେ ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଯାଜପୁର ର ଅର୍ଥନୀତି ଅଧ୍ୟାପିକା ଶ୍ରୀମତି ହରପ୍ରିୟା ସାହୁ । ଯୁବସଂସଦ ପରିଚାଳନା ସମିତିର ଶାବେରୀ ଦଳର ସନ୍ଦିପ କୁମାର ପଣ୍ତା ଏବଂ ସତ୍ୟସ୍ନୀଗ୍ଧା ପ୍ରିୟଦର୍ଶୀନ ସଭା ପରିଚାଳନା କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବରଗଡ ମହିଳା ମହାବିଦ୍ୟାଳର ଅର୍ଥନୀତି ଅଧ୍ୟାପିକା ସୁଶ୍ରୀ ରଞ୍ଜୁଲତା କହଁର । ଆଗାମୀ ରବିବାର ୨୦୨୦ ରେ ଓଡିଶା ଅର୍ଥନୀତି ବିଷୟକ ୱେବିନାର୍ ଆୟୋଜିତ ହେବ ବୋଲି ଅନୁଷ୍ଠାନର ସମ୍ପାଦକ ଡ. ଚିତ୍ତରଞ୍ଜନ ନାୟକ ସୂଚନା ପ୍ରଦାନ କରିଥିଲେ।
ନେତୃତ୍ତ୍ୱର ମାନସିକ ପରିବର୍ତ୍ତନାରେ ମଦମୁକ୍ତି ଓଡିଶା ସମ୍ଭବ
|
November 1, 2020 |



