ଜେନାପୁର, ୧୯/୧୦ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ରାଜ୍ୟରେ ଦିନକୁ ଦିନ ନକଲି ସାମଗ୍ରୀର ଉତ୍ପାନ ଓ ବିକ୍ରିବଟା ବୃଦ୍ଧି ପାଇଛି। ତେବେ ପୁଲିସର କ୍ରମାଗତ ଚଢ଼ାଉ ପରେ ମଧ୍ୟ ଏଥିରେ ରୋକ୍ ଲାଗୁ ନ ଥିବା ଜଣା ପଡୁଛି।
ଯାଜପୁର ଜିଲ୍ଲା ଜେନାପୁର ଥାନା ଏଣ୍ଡଳବା ମାଳହାଟରେ ନକଲି ଜର୍ଦ୍ଦା ପ୍ରସ୍ତୁତି କରୁଥିବା ଜଣଙ୍କ ଘର ଉପରେ ଅଚାନକ ଚଢ଼ାଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା ଓ ବିଭିନ୍ନ ସରଞ୍ଜାମ ଜବତ କରିଛି ଜେନାପୁର ପୋଲିସ। ଗତ ରବିବାର ରାତିରେ ପୁଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ମୂଲ୍ୟର ନକଲି ଜର୍ଦ୍ଦା ଜବଦ କରିବା ସହ ଏହି ବେଆଇନ କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
ମାଳହାଟ ଗ୍ରାମରେ ନକଲି ଜର୍ଦ୍ଦା ପ୍ରସ୍ତୁତ ହେଉଥିବା ଖବର ପାଇ ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ ଆଜି ସକାଳୁ ଏହି ଚଢାଉ କରିଥିଲେ। ନାମୀଦାମୀ କମ୍ପାନୀର ଲୋଗୋ ବ୍ୟବହାର କରି ନକଲି ଜର୍ଦ୍ଦା ପ୍ରସ୍ତୁତ ସହ ବ୍ୟବସାୟୀମାନେ ବଜାରରେ ବିକ୍ରି କରି ବେଶ କିଛି ପଇସା ଲାଭ କରୁଥିଲେ ।