ବନମାଳିପୁରେ ଯୁବକକୁ ହତ୍ୟା

Spread the love

ବଡଚଣା, (ସନ୍ଧାନ ନିୟୁଜ/ସନ୍ତୋଷ ରାଉତ) ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବାଲିଚନ୍ଦପୁର ଥାନା ଅଧିନ ମଝିପଡା ପଂଚାୟତ ବନମାଳିପୁରର ସଂଧ୍ୟା ସମୟରେ ଯୁବକକୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଯୁବକଙ୍କ ଜଣଙ୍କ ବନମାଳିପୁ ଗ୍ରାମର କୁଟୁରୀ ସେଠୀଙ୍କ ପୁଅ ଉଚ୍ଛବ ସେଠୀ(୩୦) ବୋଲି ଜଣାପଡିଛି । ତେବେ ହତ୍ୟାର ପକୃତ କାରଣ ଜଣାପଡିନଥିବା ବେଳେ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ତାର ବେକ ଏବଂ ଛାତିକୁ ହାଣି ହତ୍ୟା କରାଯାଇଥିବା କୁଆଯାଉଛି । ସେ ଭୂବନେଶ୍ୱରରେ ରହୁଥିବା ବେଳେ ଶ୍ରମିକ ଭାବେ ଜିବନ କାଟୁଥିଲା । ତେବେ ଆଜି ସେ ଏକ ହିରୋହୁଣ୍ଡା ଗ୍ଲାମର ଗାଡିରେ ବଜାରରୁ ଜିନିଷ କିଣିବାକୁ ଯାଇ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି । ତେବେ ଅନ୍ୟ ଏକ ସୂଚନା ମୁତାବକ କିଛି ଦିନ ତଳୁ ଉଚ୍ଛବଙ୍କ ବଡଭାଇ ଜଣେ ବଢ଼େଇ ସମ୍ପଦ୍ରାୟର ଝିଅକୁ ନେଇଆସିଥିଲା । ପରେ ଉଚ୍ଛବଙ୍କ ସହ ଉକ୍ତ ଝିଅ ବା ତାଙ୍କର ଭାଉଜ ଫେରାର ହୋଇଯାଇଥିଲେ । ସେହି କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନେ୍ଦହ ସୃଷ୍ଟି ହୋଇଛି । ପୋଲିସ ସଠିକ୍ ତଦନ୍ତ କଲେ ଏହାର ପକୃତ ସତ୍ୟାସତ ଜଣାପଡିବ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Related Posts

About The Author

Add Comment