ବାରିପଦା, ୧୩/୧୦/୨୦ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା);- ଭଦ୍ରକ ରେ ସମାଜସେବୀ ସତ୍ୟବ୍ରତ ସତପଥିକୁ ସ୍ଥାନୀୟ ଜଣେ ସରପଞ୍ଚଙ୍କ ସମେତ କିଛି ଗୁଣ୍ଡା ଶ୍ରେଣୀର ଲୋକ ମରଣାନ୍ତକ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରି ଭାରତୀୟ ମାନବାଧିକାର କାଉନସିଲର ମୟୁରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ତୀବ୍ର ନିନ୍ଦା କରାଯାଇ ତୁରନ୍ତ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଦାବି କରାଯାଇଛି । ଆଜି ରାଜ୍ୟ ସମ୍ପାଦକ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ୱରେ ମୟୁରଭଞ୍ଜ ଜିଲ୍ଲା ଶାଖା ସମ୍ପାଦକ ଦୀପକ ପାଣିଗ୍ରାହୀ , ମହିଳା ସୁରକ୍ଷା ସେଲ୍ ର ସମ୍ପାଦିକା ଚନ୍ଦ୍ରିକା ପାତ୍ର , ମାନବାଧିକାର କର୍ମୀ ମାନେ ମିଳିତ ହୋଇ ଜିଲ୍ଲାପାଳଙ୍କ ଦ୍ବାରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ମାନବାଧିକାରୀଙ୍କୁ ଆକ୍ରମଣ କରିଥିବା ଗୋଷ୍ଠୀ ବିରୁଦ୍ଧରେ ଦୂଢ କାର୍ଯ୍ୟାନୁଷ୍ଠାନ ସହ ବାସୁଦେବପୁର ଥାନା ଅଫିସର , ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ବଦଳି ଦାବି କରିଥିଲେ । ଏପରିକି ସତ୍ୟବ୍ରତ ସତପଥିଙ୍କୁ ଜୀବନ ବିପଦରେ ଥିବାରୁ ତାଙ୍କର ସୁରକ୍ଷା ସୁନିଶ୍ଚିତ କରାଇବାକୁ ଦାବି କରିଛନ୍ତି । ଦାବି ପତ୍ର ପ୍ରଦାନ ସମୟରେ କୋଭିଡ ନିୟମ ପାଳନ କରି ଦାବି ପତ୍ର ପ୍ରଦାନ କରାଯାଇଛି ।


