ବାରିପଦା , ବେତନଟୀ ୨୯/୯ (ସନ୍ଧାନ ନିୟୁଜ / ଲିଙ୍ଗରାଜ ପଣ୍ଡା) ;-ବିଜେପି ପ୍ରାକ୍ତନ ଜିଲ୍ଲା ସଭାପତି ଡ.କୃଷ୍ଣଚନ୍ଦ୍ର ମହାପାତ୍ର କୋରନା ପଜିଟିଭ ପରେ ଅସୁସ୍ଥ ହୋଇ ପଡିଥିବା ବେଳେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ବେତନଟି ବ୍ଲକ ଯୁବମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ହନୁମାନ ମନ୍ଦିର ପ୍ରଙ୍ଗଣରେ ଦୀପଦାନ କାର୍ଯ୍ୟ କ୍ରମ ଆୟୋଜିତ ହୋଇଯାଇଛି ।ଏଥିରେ ବେତନଟି ମଣ୍ଡଳ ମିଡିଆ ସେଲ କୋର୍ଡିନେଟର ଜୀବନ ପରିଡାଙ୍କା ସମେତ ବ୍ରଷ୍କାନନ୍ଦ ପରିଡା , ବିରକିଶୋର ବିଶ୍ୱାଳ , ଅଜିତ୍ ବେହେରା , ରତ୍ନଲାଲ ମୋଦି , ରଞ୍ଜିତ ମୋଦି , ଚକ୍ରଧର ଦେହୁରୀ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ପ୍ରାକ୍ତନ ଜିଲ୍ଲା ସଭାପତିଙ୍କ ଆଶୁ ଆରୋଗ୍ୟ ପାଇଁ ଯୁବମୋର୍ଚ୍ଚା ପକ୍ଷରୁ ଦୀପଦାନ
|
September 29, 2020 |



