ଭଦ୍ରକ, ୨୬/୯(ସନ୍ଧାନ ନ୍ୟୁଜ୍):- କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସ, ଅତିରିକ୍ତ ଜିଲାପାଳ ଅରୁଣ କୁମାର ମହାପାତ୍ରଙ୍କ ଦ୍ବାରା ୟୁରିଆ ସାର ବିକ୍ରିର ତଦନ୍ତ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଜିଲ୍ଲା କୃଷି ଅଧୁକାରୀ, ବ୍ଲକ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ ମିଳିତ ଭାବେ ଜିଲ୍ଲାର ୨୧ଜଣ ସାର ବିକ୍ରେତାଙ୍କ ଦୋକାନ ନିକଟକୁ ଯାଇ ‘ସରଜମିନ ତଦନ୍ତ କରି ଡିଲରମାନଙ୍କ ଅନିୟମିତତା ସମ୍ବନ୍ଧରେ ଅବଗତ ହୋଇଥିଲେ। ସାର ଡିଲରମାନଙ୍କର ଅନିୟମିତତା ପାଇଁ ମଧ୍ୟ ସେମାନଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନିୟମିତତା କରିଥିବା ତିହିଡ଼ିର ୨ଜଣ, ଭଦ୍ରକର ଜଣେ, ଚାନ୍ଦବାଲିର ଜଣେ, ଧାମନଗରର ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ସେହିଭଳି ତିହିଡ଼ିର ୨ଜଣ, – ଭଦ୍ରକର ୨ଜଣ, ଧାମନଗରର ଜଣେ, ଚାନ୍ଦବାଲିର ୩ଜଣଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେମାନଙ୍କଠାରୁ ସନ୍ତୋଷ ଜନକ ଉତ୍ତର ନ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।
୮ ସାର ବିକ୍ରେତାଙ୍କୁ କାରଣ ଦର୍ଶାଅ ନୋଟିସ
|
September 26, 2020 |