ଜାତୀୟ ସେବା ଯୋଜନା ସମ୍ମାନ ପାଇବେ ମୟୁରଭଞ୍ଜର ଦୁଇ ସ୍ବେଚ୍ଛାସେବୀ

Spread the love

ବାରିପଦା ସିଟି, ୧୭/୯(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): ମୟୂରଭଞ୍ଜର ଦୁଇ ସେଚ୍ଛାସେବୀ ଚଳିତ ବର୍ଷ ଜାତୀୟ ସେବା ଯୋଜନାରେ ସମ୍ମାନିତ ହେବା ପାଇଁ ମନୋନୀତ ହୋଇଛନ୍ତି । ଯାହା ଓଡ଼ିଶା ପାଇଁ ଗୌରବ ଆଣିଦେଇଛି ସର୍ବଭାରତୀ ୟସ୍ତରରେ ଜାତୀୟ ସେବା ଯୋଜନାରେ ଉତ୍କର୍ଷ କାର୍ଯ୍ୟ ପାଇଁ ମୟୂରଭଞ୍ଜର ଝିଅ ଦିବ୍ୟାନୀ ବେହେରା ଓ ପ୍ରଭଞ୍ଜନ ମଣ୍ଡଳ ଏହି ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି । ଉତ୍ତର ଓଡ଼ିଶା ବିଶ୍ୱ । ବିଦ୍ୟାଳୟ ଅଧୀନ ଏମିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଦିବ୍ୟନୀ ଏବଂ ପ୍ରଭଞ୍ଜନ ସୀମାନ୍ତ ମହାବିଦ୍ୟାଳୟର ଛାତ୍ର ଅଟନ୍ତି ‘ପଲ୍ଲୀରୁ ଦିଲ୍ଲୀ’ ସ୍ୱପ୍ନ ପରି ଲାଗୁଥିଲେ ମଧ୍ୟ ଏହାକୁ ସଫଳ କରି ଦେଖାଇଛନ୍ତି ଆଦିବାସୀ ଅଧୁଷିତ ମୟୂରଭଞ୍ଜ ଜିଲ୍ଲାର ଦୁଇ ସେଚ୍ଛାସେବୀ । ଜାତୀୟ ଏବଂ ଆନ୍ତର୍ଜାତିକୟସ୍ତରରେ ଭାରତ ସରକାରଙ୍କ କ୍ରୀଡ଼ା ଏବଂ ଯୁବବ୍ୟାପାରର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଏମାନେ ଯୋଗଦେଇ ଜିଲ୍ଲା ତଥା ରାଜ୍ୟକୁ ଗୌରବାନ୍ବିତ କରିଥିଲେ। ଦୁଇ ସେଚ୍ଛାସେବୀଙ୍କର ଏଭଳି ସଫଳତା ପାଇଁ ଏୟୁ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସୂଚନାଯୋଗ୍ୟ, ସର୍ବଭାରତୀୟ ସ୍ତରରେ ପ୍ରତିବର୍ଷ ଜାତୀୟ ସେବା ଯୋଜନାରେ ଉତ୍କର୍ଷ କାର୍ଯ୍ୟ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ସମଗ୍ର ଦେଶରେ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ଚୟନ ହୋଇଥିବା ସର୍ବଶ୍ରେଷ୍ଠ ୩୦ଜଣ ସ୍ଵଛାସେବୀଙ୍କୁ ରାଷ୍ଟ୍ରପତି ଦିଲ୍ଲୀର ରାଷ୍ଟ୍ରପତି ଭବନରେ ପୁରସ୍କୃତ କରିଥାନ୍ତି । ହେଲେ ଏଥର ମହାମାରୀ କରୋନା ପାଇଁ ସେପ୍ଟେମ୍ବର ୨୪ ତଥା ଜାତୀୟ ସେବା ଯୋଜନା ଦିବସରେ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଭୁବନେଶ୍ୱର ଠାରେ ରାଜ୍ୟର ଏହି ଦୁଇ ପ୍ରତିଭାଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏନେଇ ରବିବାର ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ୱେଚ୍ଛାସେବୀଙ୍କ ନାମ ଘୋଷଣା କରାଯାଇଛି । ଏହି ଅବସରରେ ଏନ୍ ଓୟୁ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ଦୁଇ ୱେଚ୍ଛାସେବୀଙ୍କ ସଫଳତା ପାଇଁ ରାଜ୍ୟ ସରକାରଙ୍କ ଡେପୁଟି ସେକ୍ରେଟାରୀ ତଥା ରାଜ୍ୟ ଏନ୍ ଏସ୍ ଏସ୍ ଅଧିକାରୀ ଡ ସୁରେଖା ସୁନ୍ଦରୀ ସ୍ୱାଇଁ, ଉତ୍ତର ଓଡ଼ିଶା ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ ଚାନ୍ଦ, କୁଳସଚିବ ପ୍ରଫେସର ପ୍ରମୋଦ କୁମାର ଶତପଥୀ, ଏନ୍ ଏସ୍ ଏସ୍ ସଂଯୋଜିକା ଉଷା ଶତପଥୀ, ଡିପିଓ ଡ ଶୁଭେନ୍ଦୁ କୁମାର ଦାସଙ୍କ ସହ କାର୍ଯ୍ୟକ୍ରମ ଅଧିକାରୀ ଡ.ଦେବେଶ ଶଙ୍କର ହୋତା, ଡ. କୈଳାସ ଚନ୍ଦ୍ର ମିଶ୍ର, ପୂର୍ବତନ କାର୍ଯ୍ୟକ୍ରମ ଅଧୁକାରୀ ଡ.ତରୁଣ କୁମାର ଓଝାଙ୍କୁ ଶ୍ରେୟ ଦେଇଛନ୍ତି ।

Related Posts

About The Author

Add Comment