ବାରିପଦା ଅଫିସ ୧୦/୯(ସନ୍ଧାନ ନ୍ୟୁଜ୍,/ଲିଙ୍ଗରାଜ ପଣ୍ଡା) :- ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ଦ୍ବାରା ଗତ ବନ୍ୟା ଅନୁଧ୍ୟାନକାରୀ ଦଳ ସୋମବାର ମୟୂରଭଞ୍ଜ ଜିଲା ଗସ୍ତରେ ଆସିଥିଲେ। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ବିଧାୟକ ତାରାପ୍ରସାଦ ବାହିନୀ ପତି ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ଵାଜଙ୍କ ସହିତ ବନ୍ୟାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ସହ ବାରିପଦାର ମଧୁବନ ଅଞ୍ଚଳକୁ ଯାଇ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ ସେହିପରି ଜିଲ୍ଲାର ବଡ଼ସାହି ଓ ବେତନଟୀ ବ୍ଲକର ବିଭିନ୍ନ ଅଞ୍ଚଳକୁ ଯାଇ ଘଟିଥୁବା କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଗତ ନିର୍ବାଚନ ସମୟରେ ବୁଢାବଳଙ୍ଗ ନଦୀର ମଧୁବନଠାରେ ଆଡ଼ିବନ୍ଧ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ସଦୃଶ ବୋଲି ବିଧାୟକ ବାହିନୀପତି କହିଥିଲେ। ସମତଳ ଅଞ୍ଚଳରେ ବର୍ଷାଜଳ ପ୍ରବେଶ କରି କ୍ଷୟକ୍ଷତି ହୋଇଥିବା ବେଳେ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ଜିଲାପାଳ କହିଥିବା ନେଇ ପୂର୍ବତନ ପିସିସି ସଭାପତି ଜେନା ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ସ୍ବତନ୍ତ୍ର ରିଲିଫ ଜିଲାବାସୀ ହରାଇବେ ବୋଲି ସେ କହିଛନ୍ତି । ଏହାକୁ ନେଇ ବିଧାୟକ ବାହିନୀପତି ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହିତ ଜିଲ୍ଲାପାଳ ଜିଲାର ବିଜେଡି ସଭାପତି ଓ ବିଡିଓମାନେ ବ୍ଲକର ବିଜେଡି ସଭାପତି ବୋଲି ଅପରାହ୍ନରେ ହୋଇଥିବା ପ୍ରେସ ବିବୃତିରେ ପ୍ରକାଶ କରିଥିଲେ । ଜିଲାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସମେତ ଯୁବ ଓ ଛାତ୍ର ନେତା ମଧ୍ୟ । ଜଣାଇବେ ବୋଲି ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି। ସିଡବ୍ଲ୍ୟୁସିର ସଦସ୍ୟା ସୁଶୀଳା ତିରିଆ, ଜିଲା କଂଗ୍ରେସ ସଭାପତି ହେମନ୍ତ ଦାସ, ମହିଳା ମୋର୍ଚ୍ଚା ସଭାପତି ସୁସ୍ମିତା ଘୋଷାଲ, ବରିଷ୍ଠ ନେତା ବିଜୟ ସିଂ, ଜ୍ୟୋତିପ୍ରକାଶ ରଥ, ପ୍ରଭାସ କରମହାପାତ୍ରଙ୍କ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ।
ବନ୍ୟାଞ୍ଚଳରେ କଂଗ୍ରେସ ପ୍ରତିନି ଦଳ
|
September 10, 2020 |


