ବଡ଼ସାହି ୯/୯(ସନ୍ଧାନ ନ୍ୟୁଜ୍,/ଲିଙ୍ଗରାଜ ପଣ୍ଡା)-ନାମ ରମେଶ ସିଂ । ମୟୂରଭଞ୍ଜ ଜିଲା, ବଡ଼ସାହି ବ୍ଲକ ଭୀମିଦା ପଞ୍ଚାୟତର ଚେଙ୍ଗୁଆ ଗ୍ରାମରେ ପଲିଥିନ ତଳେ ଏକ କୁଡ଼ିଆ ହେଉଛି ତାଙ୍କ ଘର ୬ପ୍ରାଣୀ କୁଟୁମ୍ଭ ମଧ୍ୟରେ ପତ୍ନୀ ମୀନା, ୨ ଝିଅ ବର୍ଷା (୧୫) ଓ ନନ୍ଦିନୀ (୧୨) ଏବଂ ୨ପୁଅ ଚନ୍ଦନ (୧୦) ଓ ନରୋତ୍ତମ(୪) । ଭାଙ୍ଗିଯାଇଥିବା ଘରକୁ ସଜାଡ଼ି ପଲିଥିନ ଟାଣି ୬ପ୍ରାଣୀ କୁଟୁମ୍ବ, ରହିବା ଅସମ୍ଭବ ହେତୁ ଗାଁ ଲୋକେ ପିଲାଙ୍କୁ ନିଜ ଘରେ ଆଶ୍ରୟ ଦେଇଛନ୍ତି । ଦୀର୍ଘ ୫ବର୍ଷ ଧରି ଏମାନେ ଜଗତସିଂହପୁର ଜିଲ୍ଲା, ନାଉଗାଁ ବ୍ଲକ ଶିଖର ପଞ୍ଚାୟତର ଶାଳିଜଙ୍ଗା ଗ୍ରାମରେ ରହୁଥିଲେ । ସ୍ୱାମୀ-ସ୍ତ୍ରୀ ମଜୁରୀ ଲାଗି ୪ ପିଲାଙ୍କୁ ସେଠାରେ ପାଠ ମଧ୍ୟ ପଢ଼ାଉଥିଲେ। ତେବେ ତାଲାବନ୍ଦ ପାଇଁ ସେମାନେ ୫ବର୍ଷ ପରେ ଭିଟାମାଟିକୁ ଫେରିଥିଲେ। ସଞ୍ଚିତ ଅର୍ଥ ଘରକୁ ଫେରିବା ଓ ତାଲାବନ୍ଦ ସମୟରେ ସରିଯିବା ପରେ ଭୋକ ଉପାସରେ ରହିବାରୁ ଗ୍ରାମବାସୀ ଚାଉଳ ଉଠାଇ ତାଙ୍କ ଘରେ ଦେଉଛନ୍ତି । ପିଲାଙ୍କ ପାଠ ପଢ଼ା ବୁଲିକୁ ଗଲାଣି । ଦାରିଦ୍ରର ତାଡ଼ନା ଓ ଭୋକର ଭୂଗୋଳ ସେମାନଙ୍କ ଅତୀତ ଜୀବନକୁ ଇତିହାସ ସଜାଇଲାଣି। ଆଜି ଆ ପିଣ୍ଡା ତ କାଲି ତା ପିଣ୍ଡାରେ ବିତୁଛି ଜୀବନ। ଜଗତସିଂହପୁରରେ ଥିବା ବେଳେ ମିଳୁଥିବା ସ୍କୁଲ ମଧ୍ୟାହ୍ନ ଭୋଜନ ସ୍ଥାନ ପରିବର୍ତ୍ତନ ପାଇଁ ଏଠି ସ୍ଵପ୍ନ । ସେହିପରି ପରିବାରର ରାସନକାର୍ଡ଼ଟି ଜଗତସିଂହପୁର ଠିକଣାରେ ଥିବାରୁ ସରକାରୀ ରିହାତି ସାମଗ୍ରୀ ପାଇବାରୁ ମଧ୍ୟ ବଞ୍ଚିତ ରମେଶଙ୍କ ପରିବାର । ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ସେ ଗୁହାରି ଜଣାଇଥିଲେ ହେଁ ସୁଫଳ ମିଳିନାହିଁ ବୋଲି କାନ୍ଦି କାନ୍ଦି କହନ୍ତି ମୀନା । ଅପରପକ୍ଷରେ ଏଠାରେ ୫ବର୍ଷ ଧରି ସେମାନେ ରହୁ ନଥିବାରୁ ଆବାସ ଯୋଜନାରୁ ମଧ୍ୟ ସେ ବଞ୍ଚିତ । ପରିବାର ଗୁଜୁରାଣ ମେଣ୍ଟାଇବା ରମେଶଙ୍କ ପାଇଁ ବର୍ତ୍ତମାନ ସମୟରେ କଷ୍ଟକର ଥିବା ବେଳେ ଗୃହ ନିର୍ମାଣ ଦିବା ସ୍ବପ୍ନ ପାଲଟିଛି । ଘରକୁ ଫେରିଥିବା ଦାଦନଙ୍କ ସମସ୍ତ ବ୍ୟବସ୍ଥା ସରକାର କରିଥିବା ଡିଣ୍ଡିମ ପିଟୁଥିବା ବେଳେ ଏହି ପରିବାରର ଗ୍ରାଉଣ୍ଡ ଜିରୋରୁ ଘୋଷଣାର ବାସ୍ତବ ସ୍ଥିତିକୁ ପରିହାସ କରୁଛି । ଲଘୁଚାପ ଜନିତ ବର୍ଷା ଓ ବନ୍ୟାରେ ଶାସକ ଠାରୁ ବିରୋଧ ଦଳର ନେତୃବୃନ୍ଦ ପ୍ରତିଯୋଗିତା ମୂଳକ ସାହାଯ୍ୟ କରୁଥିବା ନେଇ ସାମାଜିକ ଗଣମାଧ୍ୟମରେ ବ୍ୟସ୍ତ ଥିବା ବେଳେ ଏଭଳି ଦାଦନ ପରିବାର ସେମାନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଆଣିଛି । ପ୍ରଶାସନ ଯଥାଶୀଘ୍ର ରମେଶଙ୍କ ପରିବାରକୁ ଗୃହ ଓ ରାସନ ଯୋଗାଇବାକୁ ଗ୍ରାମବାସୀ ମୁହଁ ଖୋଲିଛନ୍ତି ।
ତାଜା ଖବର
- ଜାରକା -ମଞ୍ଜୁରୀପଡା ନଦୀବନ୍ଧରେ ଶତାଧିକ ହମ୍ସ: ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା,,
- ଅପରିଷ୍କାର ପରିବେଶ ରେ ପଡ଼ି ରହିଛି କରମଡିହି ଶୌଚାଳୟ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ଓଡିଶା ରେ ଗ୍ୟାସ ସିଲିଣ୍ଡର ର ଅଭାବ ନାହିଁ
- ମାରୁତି କୃପା ପରିଷଦ ଆନୁକୁଲ୍ୟରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ
- ବ୍ରହ୍ମବରଦା ତାରିଣୀ ଛକରେ ଅଗ୍ନିକାଣ୍ଡ ଘଟିବାରୁ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
- ବ୍ରହ୍ମବରଦା ଥାନା ହାଜତରୁ ଆସାମୀ ଚମ୍ପଟ ୩ ପୋଲିସ୍ ନିଲମ୍ବିତ
- କବାଟବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଅସମ୍ଭାଳ ଭିଡ଼, ଡାକ୍ତର ନିହାର ରଞ୍ଜନ କରଙ୍କ ସେବା ପାଇଁ ଛୁଟୁଛି ସୁଅ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ମଙ୍ଗଳପୁର ପଣ୍ଡା ସାହିରେ ଭାଗବତ ସପ୍ତାହ



