ରାଇରଙ୍ଗପୁର, ୮/୯ (ସନ୍ଧାନ ନ୍ୟୁଜ୍): ଠିକାଦାରଙ୍କ ମନମାନୀ ଯୋଗୁଁ ରାସ୍ତାକାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ିଛି । କେଉଁଠି ହୋଇଛି ଆଉ କେଉଁଠି ଆରମ୍ଭ ହୋଇ ନାହିଁ । କାମ ଆଗେଇ ପାରୁ ନାହିଁ । ଯାତାୟାତ ପାଇଁ ଲୋକମାନେ ପୂର୍ବ ଭଳି ହିନସ୍ତା ହେଉଛନ୍ତି । ଅନ୍ୟପଟେ ବିଭାଗୀୟ ଯନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ନିରବରେ ବସି ଯାଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା କରାଯାଉଥିବା ଆର୍ ଡି ରାସ୍ତାଠାରୁ ମାଙ୍କଡ଼ ଗୋଡ଼ା ରାସ୍ତାକାମ ଅଟକି ରହିଛି। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଏଭଳି କାମକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଗୁହାଳନାଙ୍ଗିରି ପଞ୍ଚାୟତ ମାଙ୍କଡ଼ଗୋଡ଼ା ଗାଁ ନିକଟରେ ଏହି ରାସ୍ତା କାମ ଆରମ୍ଭ ହୋଇଛି । ଏଥି ପାଇଁ ଓ ଏମ୍ ବିଏଡି ସି ପ୍ରକଳ୍ପ ଅଧୀନରେ ୨୪୪.୩୬ ଲକ୍ଷ ଟଙ୍କା ଅଟକଳ କରାଯାଇ ଥିଲା । କାର୍ଯ୍ୟାଦେଶ ପରେ ଠିକାଦାର କାମ ଆରମ୍ଭ କରିଥିଲେ । ହେଲେ ତକତା କରି ସୂଚନା ଫଳକରେ ଠିକାଦାରଙ୍କ ନାମ, କାର୍ଯ୍ୟାରମ୍ଭ ଓ କାର୍ଯ୍ୟ ସମାପ୍ତ କରିବା ତାରିଖ ଉଲ୍ଲେଖ କରିନାହାନ୍ତି । ସରକାରୀ ନିୟମ ଅନୁସାରେ କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକରେ କାର୍ଯ୍ୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉଲ୍ଲେଖ କରିବାର ନିୟମ ଥିଲେ ହେଁ ଏଥିରେ ବ୍ୟତିକମ ହୋଇଥିବା ଦେଖିବାକୁ ମିଳିଛି । ତେବେ କାମ ଆରମ୍ଭ ପରେ ଠିକାଦାର ନିଜ ସୁବିଧା ଅନୁସାରେ କାମ କରି ଅନ୍ୟ ସ୍ଥାନରେ ଆଦୌ ଆରମ୍ଭ କରି ନାହିଁ । ରାସ୍ତାକାମ ଏବେ ବନ୍ଦ ରହିଛି । କାମ ସମୟରେ ବିଭାଗୀୟ ଅଧିକାରୀ ମଧ୍ୟ ତଦାରଖ କରିନାହାନ୍ତି । ଏପରିକି ୭ ମାସରୁ ଅଧୁକ ସମୟ ଧରି ଏବେ ରାସ୍ତାକାମ ବନ୍ଦ ରହିଛି । ଏଣୁ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ଶଲାସୁତରାରେ ଏହି କାମ ଚାଲିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ ଉଠାଇଛନ୍ତି । ଗ୍ର।ମବାସୀ ଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଠିକାଦାର ସହଜ କାର୍ଯ୍ୟ ଗୁଡ଼ିକ ପ୍ରଥମେ କରି ଦେବା ପରେ ଅନ୍ୟ କାମଗୁଡ଼ିକୁ ଛାଡ଼ି ଦେଇଛି । ମାଙ୍କଡ଼ ଗୋଡ଼ା ଗାଁର ସୁ ଧତ୍ର ସାହି, କଲୋନୀ ସାହି ର କଂକ୍ରିଟ୍ ରାସ୍ତା ସମ୍ପୂର୍ଣ୍ଣ ହୋଇଛି, ମାତ୍ର କଲୋନୀ ସାହି ଠାରୁ ଅଭୟ ସାହି ମଝି ରେ ଥିବା କଂକ୍ରିଟ୍ ରାସ୍ତାର ସମ୍ପୂର୍ଣ୍ଣ ହୋଇ ନାହିଁ । 4 ମାତ୍ର ବିଡ଼ମ୍ବନାର ବିଷୟ ଉପର ମାଙ୍କଡ଼ଗୋଡ଼ାକୁ ଯିବା ପାଇଁ ଶଙ୍ଖାଭଙ୍ଗା ନାଳଠାରେ ସମ୍ପୃକ୍ତ ଠିକାଦାର କେବଳ ପୋଲିତଳ ବେସ୍ କୁ ଢଳେଇ କରି ଛାଡ଼ି ଦେଇଛି । ଉପର ମାଙ୍କଡ଼ ଗୋଡ଼ାକୁ ଯିବା ପାଇଁ ଆପ୍ରୋଚ୍ ରାସ୍ତାଟି ବର୍ଷାରେ ଧୋଇଯାଇଛି । ଏଥି ଯୋଗୁଁ ଉକ୍ତ ସାହିରୁ ଗର୍ଭବତୀ ଓ ରୋଗୀମାନେ ନାଳ ଡେଇ ଆସିବା ସମ୍ଭବପର ହୋଇପାରୁ ନାହିଁ । ଏହି ସାହି ଟି ଏବେ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇପଡ଼ିଛି । ଏ ସମ୍ବନ୍ଧ ରେ ଉକ୍ତ ଗାଁର ଗୁହାଳଡାଙ୍ଗ ର ସମିତି ସଭ୍ୟ ତଥା ରାଇରଙ୍ଗପୁର ବ୍ଳକ୍ ଉପାଧ୍ୟକ୍ଷ ଗୁଲାପ ମୁଣ୍ଡାରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖଡ଼ି ଆ ମାଙ୍କଡ଼ି ଆଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ସରକାର ଜନକଲ୍ୟାଣ କାମ କରୁଛନ୍ତି । ଠିକାଦାର ତଥା ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଫଳରେ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ପଡ଼ି ବି ରହିଛି । ଗ୍ରାମବାସୀ ବହୁ ଅସୁବିଧା ଭୋଗୁଛନ୍ତି । ମକର ସଂକ୍ରାନ୍ତି ପରଠାରୁ ସମ୍ପୃକ୍ତ ଠିକାଦାର କାମ ବନ୍ଦ କରି ଆଉ ଆରମ୍ଭ କରୁନି । ତାଙ୍କୁ ତୁରନ୍ତ କଳା ତାଲିକାଭିକ୍ତ କରାଯାଉ । ଏଭଳି ଦାବି କରିଛନ୍ତି ଉପାଧ୍ୟକ୍ଷ ଶ୍ରୀ ମୁଣ୍ଡାରୀ। ଏ ସମ୍ବନ୍ଧରେ କାର୍ଯ୍ୟ ତଦାରଖ କରୁଥିବା କନିଷ୍ଠ ଯନ୍ତ୍ରୀ ପୀତବାସ ନାଏକଙ୍କ ମତାମତ ନେବାରୁ ଅସହାୟତା ପ୍ରକାଶ କରି କହିଲେ, ସମୁକ୍ତ ଠିକାଦାରଙ୍କୁ ଅନେକ ଥର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ କହିଛି । ମାତ୍ର ସେ ପ୍ରତ୍ୟେକ ଥର ଏଇ ସପ୍ତାହ ରେ ଆରମ୍ଭ କରିବି କହି କହି ଦିନ ଗଡ଼ାଇ ଚାଲିଛନ୍ତି । କରୋନା ମହାମାରୀ ପାଇଁ ଅନେକ ଠିକାଦାର କାର୍ଯ୍ୟବନ୍ଦ କରିଥିଲେ, ତେଣୁ କାର୍ଯ୍ୟ ସମାପନ ପାଇଁ ତାଙ୍କୁ କହି ହେଉ ନାହିଁ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀ ଦୁର୍ଗାପ୍ରସାଦ କରଣ ସଫେଇ ଦେଇଛନ୍ତି । ସୂଚନାଯୋଗ୍ୟ କି, କରୋନା ମହାମାରୀ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ଗତ ମେ’ ମାସରୁ ଅନୁମତି ଦେଇସାରିଲେଣି । ମାତ୍ର ଓଡ଼ିସି ପାଣ୍ଠି ଯାହାକି ଉଚ୍ଚତମ ନ୍ୟାୟାଳୟଙ୍କ ସ୍ବତନ୍ତ୍ର ସ୍କାନରରେ ରହିଛି ତାହା ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିବା ନ୍ୟାୟାଳୟଙ୍କ ଅବମାନନା ବୋଲି ଅନେକ ମତ ଦେଇଛନ୍ତି । କାର୍ଯ୍ୟରେ ଅବହେଳା କରିଥିବା ଉକ୍ତ ଠିକାଦାରଙ୍କୁ ତୁରନ୍ତ କାର୍ଯ୍ୟରୁ ନିବୃତ୍ତ କରି ନୂଆ ଠିକାଦାର ନିଯୁକ୍ତ କରି କାର୍ଯ୍ୟଟି ଯଥାଶୀଘ୍ର ସମାପନ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।
ଅଧାପନ୍ତରିଆ କାମ କରି ଠିକାଦାର ଛୁ
|
September 8, 2020 |



