ବାରିପଦା: ୦୨/୦୯ (ସନ୍ଧାନ ନିଉଜ) ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାରେ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୀତ୍ ଭରଦ୍ୱାଜଙ୍କ ସୁପାରିଶ କ୍ରେମେ ଜିଲ୍ଲା ମେଡିକାଲ ବୋର୍ଡର ଚତୁର୍ଥ ପର୍ଯ୍ୟାୟ ଆୟୋଜିତ ହୋଇ ଯାଇଛି । ଏଥିରେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତିମାନେ କୋଭିଡ୍-୧୯ର ସମସ୍ତ ଗାଇଡ୍ ଲାଇନ ଅନୁସାରେ ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ବିନ୍ଧାଣୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏବଂ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ଶ୍ରୀ ଅବନୀ କୁମାର ପତିଙ୍କ ସହଯୋଗ କ୍ରମେ ଏହି ଭିନ୍ନକ୍ଷମ ପ୍ରମାଣପତ୍ର ଶିବିରରେ ଶ୍ରବଣ ବାଧିତ, ଭେଷକ, ଅସ୍ତିଶଲ୍ୟ ମାନସିକ ବିଭାଗର ମୋଟ ୧୦୭ଜଣଙ୍କର ଅନଲାଇନ୍ ପଞ୍ଜିକରଣ ଓ ନିଦାନ କରାଯାଇ ୟୁ.ଡି.ଆଇ.ଡି. ନମ୍ବର ସହିତ ପ୍ରମାଦ ପତ୍ର ପ୍ରଦାନ କରାଯାଇଛି ଏହି ମେଡିକାଲ ବୋର୍ଡରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଚକ୍ଷୁ, ନାଶା, କର୍ଣ୍ଣ ଓ ଗଳା ବିଭାଗର ବରିଷ୍ଠ ବିଶେଷଜ୍ଞ ଡ. ବିଶ୍ୱନାଥ ଦାସ, ଭେଷଜ ବିଭାଗୀୟ ବରିଷ୍ଠ ବିଶେଷଜ୍ଞ ଡ. ତପନ କୁମାର ଆ•ର୍ଯ୍ୟ ମାନସିକ ବିଭାଗର ଡ. ପ୍ରଦୀପ କୁମାର ନାୟକ, ଚକ୍ଷୁ ବିଭାଗର ଡ. ମୀତା ମିଶ୍ର, ଅସ୍ତିଶଲ୍ୟ ବିଭାଗର ଡ. ମହୋନ ଚରଣ ମୁର୍ମୁ, ନିରିକ୍ଷଣ କରିଥିଲେ । ଜିଲ୍ଲା ଭିନ୍ନକ୍ଷମ ଥଇଥାନ ନେ୍ଦ୍ରର ବରିଷ୍ଠ ଓଡିଓଲୋଜିଷ୍ଟ ମାନସ କୁମାର ନାୟକ ଫଜିଓଥରପିଷ୍ଟ ରମେଶ୍ୱର ପୁଥାଳ ସାଇକଲୋଜିଷ୍ଟ ଚନ୍ଦ୍ର ଶେଖର ନାୟକ ମବିଲିଟି ଇନ୍ସ୍ପେକ୍ଟର ପ୍ରବୀଣା ଦାସ, ବିପିନି ବିହାରୀ ବେହେରା, ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ଅଧ୍ୟକ୍ଷ ଅବନୀ ପତି, ମନୋଜ ବେହେରା, ସଞ୍ଜସ ଭୂୟାଁ, ସଂଜୟ ସତପଥି, ସଞ୍ଜୟ କିସ୍କୁ, ରାଧାଶ୍ୟାମ ପଟ୍ଟନାୟକ, ଅରବିନ୍ଦ ମୁଖି ଆଦି ସହଯୋଗ କରିଥିଲେ ।
ମୟୂରଭଞ୍ଜ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଚତୁର୍ଥ ପର୍ଯ୍ୟାୟରେ ୧୦୭ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଗଲା
|
September 2, 2020 |


