ଦଳିତ ଝିଅକୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ

Spread the love

ଜେନାପୁର , ୩୧/୦୮ (ସନ୍ଧାନ ନିଉଜ) ଜେନାପୁର ଥାନା ଅନ୍ତର୍ଗତ ଅଣ୍ଟିଆ ପଂଚାୟତ ଗେଙ୍ଗୁଟିଆ ଗ୍ରାମରେ ଦଳିତ ଝିଅକୁ ଅସଦାଚରଣ ଅଭିଯୋଗରେ ଜେନାପୁର ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଅଭିଯୋଗ ଅନୁଯାଇ ଗତ ୨୮ ।୮ରିଖ ସେହି ଗ୍ରାମର ଦିପା(ଛଦ୍ମନାମ) ଘରଠାରୁ କିଛିଦୂର ନଳକୂପ ନିକଟକୁ ପାଣି ଆଣିବାକୁ ଯାଇଥିବା ସମୟରେ ସେଠାରେ ଦୋକାନ କରିଥିବା ପାଗଳ ରାଉତ(୪୦) ପି-ଦୁର୍ଯ୍ୟୋଧନ ରାଉତ ବୋତଲରେ ପାଣି ଭରିଦେବାକୁ କହି ତାକୁ ପଛପଟୁ ଧରି ଅସଦାଚରଣ କରିବା ସହିତ ଟଣାଓଟରା କରିଥିଲା । ଧକା ମାରି ଝିଅଟି ସେଠାରୁ ଚାଲିଆସି ମାଆ ଆଗରେ ଘଟଣାର ବିବରଣି ପ୍ରକାଶ କରିଥିଲା । ଘଟଣାର ଅପୋଷ ସମାଧାନ କରିବାକୁ ୨୯ ।୮ରେ ସେହି ଗ୍ରାମରେ ଏକ ବୈଠକ କରାଯାଇଥିଲା । ତେବେ ଏନେଇ ପୁନଃର୍ବାର ଅଭିଯୁକ୍ତ ତାଙ୍କ ପରିବାରକୁ ଧମକଦେବା ସହିତ ଜାତିକୁ ନେଇ ଗାଳିଗୁଲଜ କରିବାରୁ ଘଟଣା ଯାଇ ଥନାରେ ପହ‚ôଥିଲା । ଜେନାପୁର ଥାନା କେସ ନଂ ୨୭୪/୨୦ରେ ଏକ ମାମଲା ରୁଜୁ କରାଯାଇଥିଲା । ତଦନ୍ତକାରୀ ଅଧିକାରୀ ଭାବରେ ଏସଡିପିଓ ଚିନ୍ମୟ ନାୟକ ଘଟଣାର ତଦନ୍ତ କରୁଥିଲେ । ଗତକାଲି ରାତିରେ ଜେନାପୁର ପୁଲିସ ଅଭିଯୁକ୍ତକୁ ନିଜଘର ଗେଙ୍ଗୁଟିଆରୁ ଗିରଫ କରି ଆଜି ୩୪୧,୨୯୪,୩୫୪,୩୬୪ଏ, ୩୬୪ବି,୫୦୬ ଓ ୮ପୋସ୍କ ଧାରାରେ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ଆଶିସ କୁମାର ସାହୁ ସୁଚନା ଦେଇଛନ୍ତି ।ନାବାଳିକାକୁ ଅସଦାଚରଣ ଅଭିଯୋଗ: ଅଭିଯୁକ୍ତକୁ କୋର୍ଟ ଚାଲାଣ |

Related Posts

About The Author

Add Comment