ନାବାଳିକା ଅପହରଣକାରୀ ଗିରଫ

Spread the love

ବାରିପଦା  ୨୫/୮/୨୦ :- ନାବାଳିକା ଅପହରଣ ଓ ବଳାତ୍କାରା ମାମଲାରେ ମୟୁରଭଞ୍ଜ ପୁଲିସ ଅପହରଣକାରୀ ରମାକାନ୍ତ ସିଂ ଓରଫ ପାଣ୍ଡକୁ ନୀଳଗିରିରୁ ଗିରଫ କରିଛି । ଏଥି ସହିତ ଅପହରଣକାରୀର ପିତା ଗଦାଧର ସିଂ ଏବଂ କୋଇଲି ସିଂଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ସୂଚନା ମୁତାବକ ଆସାମୀ  ରମାକାନ୍ତ ସିଂ ଓରଫ ପାଣ୍ଡ ବିଡ଼ିସାହି ଥାନା ଅନ୍ତର୍ଗତ ଭୀମଦା ମୁଁ ତ ଅର୍ଜୁନବାରିଆ ଗାଁରୁ ଜଣେ ନାବାଳିକାକୁ ମାସେ ତଳେ ଅପହରଣ କରି ନେଇଥିଲା । ଏ ସଂପର୍କରେ ପୀଡିତାଙ୍କ ମାଆ ଗତ ଜୁଲାଇ ମାସ ୧୯ତାରିଖରେ ବଡ଼ସାହି ଥାନାରେ  ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ପୀଡିତାଙ୍କ ପରିବାର ଲୋକଙ୍କ ଅନୁପସ୍ଥିତି ରେ ରମାକାନ୍ତ ତାଙ୍କ ଝିଅକୁ ବିବାହର  ପ୍ରତିଶ୍ରୁତି ଦେଇ ଅପହରଣ କରି ନେଇଥିଲା । ଏ ସଂପର୍କରେ ଭୀମଦା ଆଉଟପୋଷ୍ଟର ଏଏସଆଇ ବିକେ ବେହେରାଙ୍କୁ ତଦନ୍ତ ଭାର ଦିଆଯାଇଥିଲା  ତଦନ୍ତ ସମୟରେ ପୁଲିସ  ପକ୍ଷରୁ ଭଦ୍ରକ, ବାଲେଶ୍ବର ଏବଂ । ମୟୁରଭଞ୍ଜର ବିଭିନ୍ନ ସ୍ଥାନରେ ରେଡ କରାଯାଇଥିବା ବଳେ ଗତ ୨୧ ତାରିଖରେ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇ ବୟାନ ରେକର୍ଡ଼ ସହ । ଡାକ୍ତରୀମାଇନା କରାଯାଇଥିଲା । ଏଥି ସହିତ ପୀଡିତାଙ୍କୁ ମାନ୍ୟବର କୋର୍ଟକୁ ପଠାଯାଇ ସେଠାରେ ତାଙ୍କର ୧୬୪ ଆଇପିସିରେ ତାଙ୍କର ବୟାନ ରେକର୍ଡ କରାଯାଇଥିଲା । ଏହି ଘଟଣାର ଗୁରୁତ୍ଵକୁ ମୟୁରଭଞ୍ଜ ଏ ସ୍ମିଥ ପରମାର’ ଦୁଇଟି ସ୍ଵତନ୍ତ୍ର ଟିମ୍ ଗଠନ କରିଥିଲେ । ସେଥି ମଧ୍ୟରୁ ଗୋଟିଏ ଟିମ୍ ବଡ଼ସାହି ଭାରପ୍ରାପ୍ତ ଥାନା   ଅଧକାରୀ ଅଶୋକ ନାଏକଙ୍କ  ନେତୃତ୍ବ ରେ ନୀଳଗିରି ଗସ୍ତ କରି  ସେଠାରୁ ଅପହରଣକାରୀ ରମାକାନ୍ତ । ସିଂ ଓରଫ ପାଣ୍ଠିକୁ ଗିରଫ କରିଥିଲାଏହି ଟିମ୍‌ରେ ସବ ଇନିସପେକ୍ଟର  ବେଦପ୍ରକାଶ ନନ୍ଦ ଏବଂ ଅଶୋକ ବାରି କୁ ମଧ୍ୟ ସାମିଲ ଥିଲେ ।  ପୀଡିତାଙ୍କ ବୟାନ ଅନୁଯାୟୀ ରମାକାନ୍ତ ସିଂ ଓରଫ ପାଣ୍ଡ ତାଙ୍କୁ ଅପହରଣ କରିନେଇ ବିଭିନ୍ନ ସ୍ଥାନରେ ରଖି ଗତ ମାସେ ଧରି ବଳାତ୍କାର ସହ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲା । ବଡ଼ସାହି ଥାନାର ଭାରପ୍ରାପ୍ତ ଅଧିକାରୀ ଅଶୋକ ନାଏକଙ୍କ ସୂଚନା ମୁତାବକ ଆସନ୍ତା । କାଲି (ରବିବାର) ଅପହରଣକାରୀ ରମାକାନ୍ତ ସିଂ ଓରଫ ପାଣ୍ଡ ର ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ : କରାଯିବ । ବଡ଼ସାହି ଥାନାରେ ଗତ ଜୁଲାଇ ମାସ ୧୯ରେ ରୁଜୁ ହୋଇଥିବା ୯୪ ନଂ କେସ ସହି ତ ଧାରା  ୩୬୩ ଆଇପିସି ଅନୁଯାୟୀ ରମାକାନ୍ତ ।  ସିଂ ଓରଫ ପାଣ୍ଡ ସହ ଗିରଫ ‘ ହୋଇଥିବା ତାର ବାପା ଗଦାଧର ସିଂ ଏବଂ କୋଇଲି ସିଂଙ୍କୁ ମଧ୍ୟ ପୁଲିସ କୋର୍ଟଚାଲାଣ କରିବ ବୋଲି କହିଛି ।

 

Related Posts

About The Author

Add Comment