ଯାଜପୁର, ୨୦/୦୮/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଳ୍ାରେ ଅଗଷ୍ଟ ୧୯ ତାରିଖ ଠାରୁ ଆରମ୍ଭ ହୋଇଥିବା ନିରବଚ୍ଚ୍ଥିନ୍ନ ବର୍ଷା ଯୋଗୁଁ ବ୍ୟାପକ ଜମି ଜଳ ପ୍ଳାବିତ ହୋଇଚ୍ଥି । ବିଶେଷ କରି ବିଂଝାରପୁର ବ୍ଳ୍କର ବିସ୍ତୃତ ଅଞ୍ଚଳରେ ପାଣି ଜମିରହିଥିବାରୁ ତାହାର ସ୍ଥିତି ଅନୁଧ୍ୟାନ ପାଇଁ ବିଂଝାରପୁର ବିଧାୟିକା ତଥା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ରାଜସ୍ୱ ଅତିରିକ୍ତ ଜିଲ୍ଳ୍ାପାଳ ଅକ୍ଷୟ କୁମାର ମଲ୍ଳ୍ିକ, ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ବ୍ଳ୍କ ଅଧ୍ୟକ୍ଷ ନନ୍ଦ ସାମଲ, ବି.ଡି.ଓ. ମିନତୀ ଜଗଦେ୍ଦବ, ଅତିରିକ୍ତ ତହସିଲଦାର ଆର୍ଯ୍ୟଦିପ୍ତ ଆରଣ୍ୟକ ସାମନ୍ତରାୟ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ଟିମ୍ ଶିଶିରଣା, ଟିଣା, କୁଆଁରପୁର, ବରପଦା, ଉତ୍ତରକୂଳ, ସୁସୁନପୁର, ରାହାସ ଗୁହାଳୀ, ଗୁହାଳୀ, କପିଳା, ଆଉଁରୀ ବଳଭଦ୍ରପୁର, ପ୍ରୀତିପୁର ଇତ୍ୟାଦି ଅଞ୍ଚଳର ଜଳ ପ୍ଳାବିତ ଅଞ୍ଚଳ ପରିଦର୍ଶନ କରିବା ସହ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ବେଙ୍ଗନାଳ, କୁସୁନପୁର, କଣ୍ଟିତର, ମୁଥାନାଳି ମୁହାଣ ଗୁଡିକ ବନ୍ଦ ରହିଥିବାରୁ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଚ୍ଥି ବୋଲି ଚାଷୀମାନେ ଅବଗତ କରିଥିଲେ । ତତ୍କ୍ଷଣାତ୍ ଏହି ମୁହାଣ ଗୁଡିକୁ ଖୋଲିବା ପାଇଁ ଜଳ ନିଷ୍କାସନ ବା ଡ୍ରେନେଜ ବିଭାଗକୁ ନିଦେ୍ର୍ଦଶ ଦିଆଯାଇଥିଲା । ଉପସ୍ଥିତ ନିର୍ବାହୀ ଯନ୍ତ୍ରୀ ଏହାକୁ ତତ୍କ୍ଷଣାତ୍ କାର୍ଯ୍ୟକାରୀ କରାଇଥିଲେ । କିଚ୍ଥି ଲୋକ ମାଚ୍ଥ ଧରିବା ପାଇଁ ପ୍ରତ୍ୟେକ ଦିନ ଏହି ମୁହାଣକୁ ବନ୍ଦ କରୁଚ୍ଥନ୍ତି ବୋଲି ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଲଗାତର ଏହାର ଅନୁଧ୍ୟାନ ଓ ଏଭଳି କାମ କରୁଥିବା ଲୋକ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଦେ୍ର୍ଦଶ ଦିଆଯାଇଚ୍ଥି । ଅପର ପକ୍ଷରେ ତହସିଲ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ବିଶେଷ କରି ଗୃହ କ୍ଷତିର ତାଲିକା ପ୍ରସ୍ତୁତ କରିବାକୁ ସ୍ଥାନୀୟ ତହସିଲକୁ ନିଦେ୍ର୍ଦଶ ଦିଆଯାଇଚ୍ଥି ।
ସରକାରୀ ମୁଖ୍ୟ ସଚେତକ ଓ ପ୍ରଶାସନ ବିଂଝାରପୁର ଜଳ ପ୍ଳାବିତ ଜମିର ସ୍ଥିତି ପରଖିଲେ ।
|
August 20, 2020 |
