ବଲାଙ୍ଗୀର, ୧୮/୦୮/୨୦ (ସନ୍ଧାନ ନିଉଜ) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ସବ ଡିଭିଜନର ବିଭିନ୍ନ ଗ୍ରାମାଞ୍ଚଳରେ ତଥା ସହରାଞ୍ଚଳରେ ଖୋଲା ଖୋଲି କରୋନା ଆଳରେ ଲୋକଙ୍କୁ ଭୟଭୀତ କରି କିଛି କ୍ୱାକ ସରକାରୀ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସହ ମିଶି ବେଆଇନ ଭାବେ ଅର୍ଥ ଆଦାୟ କରିବା ପରି ଗୁରୁତର ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବିଶେଷ କରି କେତେକ ନିର୍ଦ୍ଦିଷ୍ଟ କ୍ୱାକ ଏହି ପଛୁଆ ଜିଲ୍ଲାର ଲୋକଙ୍କ ସରଳତାର ସୁଯୋଗ ନେଇ ଭୟଭୀତ କରି କରୋନା ନ ହେବା ଓ କିଛି ଲୋକଙ୍କୁ ଆକ୍ରାନ୍ତ କହି ବିଭିନ୍ନ ପ୍ରକାର ଇଂଜେକସନ ମାନ ଦେଇ ମୋଟା ଅଙ୍କ ରୋଜଗାରରେ ମାତି ରହିଛନ୍ତି। ଏପରି କି ବାହାର ରାଜ୍ୟରୁ ଆସିଥିବା ଦାଦନ ଶ୍ରମିକଙ୍କ ପରିବାର ସଦସ୍ୟଙ୍କ ଲକ୍ଷଣ ଥିଲେ ସୁଦ୍ଧା ବିନା ପରୀକ୍ଷାରେ ତାଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଏପରି କି ସରକାରୀ ଦିସ୍ପୋଭେନ ଓ ଇଂଜେକସନ, ସାଲାଇନ ଦିଆଯାଉଛି। ଜିଲ୍ଲାର ଜଗୁଆ ଗ୍ରାମର କୁସନ ବାଗ (ଛଦ୍ମନାମ) ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଜଣେ ସରକାରୀ ନର୍ସ ତାଙ୍କୁ ଏପରି ଠକେଇ କରି ୬ଶହ ଟଙ୍କା ନେଇ ତିନୋଟି ଇଂଜେକସନ ଟିଟିଲାଗଡ଼ରେ ନେଇ ସୁଦ୍ଧା ସୁସ୍ଥ ନ ହେବା ପରେ ନିଜ କରୋନା ପରୀକ୍ଷା କରି ଆକ୍ରାନ୍ତ ଥିବା ଜାଣି ପାରିଥିଲେ। ଏହି ନର୍ସ ଓ କେତେକ କ୍ୱାକ ଙ୍କ ଏପରି ଲୋକଙ୍କ ଜୀବନ ସହ ଖେଳ ଖେଳିବା ଘଟଣା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମମତା ସ୍ୱୟଂ ସହାୟକ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରାଯାଇଛି। ସେହିପରି ପରି ଶଗଡ଼ ଘାଟ, ଭାଟିପଡା, ବନ୍ଧୁପଲା, ଲୁଥୁର ବନ୍ଧ, ଗ୍ରାମର ଅନେକ ଲୋକେ ଏପରି ଠକାମି ର ଶିକାର ହୋଇଛନ୍ତି। ତେବେ ଉକ୍ତ ନର୍ସଙ୍କୁ ଏ ନେଇ ସଙ୍ଘ ସଭାପତି କହିଥିବା ବେଳେ ସେ ଆମ ପାୱାର ଅଛି ବୋଲି ଓଲଟା କହିଥିବା ସଭାପତି ପ୍ରକାଶ କରିଛନ୍ତି।
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭିନ୍ନ ମହଲରେ ଦାବି କରାଯାଇଛି।
କରୋନା ଆଳରେ ଲୋକଙ୍କୁ ଭୟଭୀତ କରି ଅର୍ଥ ରୋଜଗାର କରୁଛନ୍ତି, ସରକାରୀ ନର୍ସ ଓ କ୍ୱାକ
|
August 18, 2020 |
