ଚଣ୍ଡିିଖୋଲ, ୧୫/୦୮/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବଡଚଣା ବ୍ଳକ ଅନ୍ତର୍ଗତ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କରେ କରୋନା କଟକଣା ମଧ୍ୟରେ ପାଳନ ହୋଇଯାଇଛି ୭୪ତମ ସ୍ୱାଧିନତା ଦିବସ । ବ୍ଳକ କାର୍ଯ୍ୟାଳୟ ଠାରେ ବିଡିଓ ଅଜିତ ପ୍ରସାଦ ନାରାୟଣ ଗିରି, ଦର୍ପଣ ତହସିଲଠାରେ ତହସିଲଦାର ବରଣେନ୍ଦୁ ମହାନ୍ତି, ବିଜେପି କାର୍ଯ୍ୟାଳୟ ଠାରେ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ନିରଞ୍ଜନ ସାହୁ, ବାବା ଭୈରବାନନ୍ଦ ମହାବିଦ୍ୟାଳୟରେ ଅଧ୍ୟକ୍ଷ ବିରେନ୍ଦ୍ର ମୀଶ୍ର, ଚଣ୍ଡିଖୋଲ ପ୍ରେସକ୍ଳବ ଠାରେ ସଭାପତି ପ୍ରଦୀପ ପରିଡା ପତକା ଉତୋଳନ କରିଥରଲେ । ବିଭିନ୍ନ ସ୍କୁଲ, କଲେଜ, ଚଣ୍ଡିଖୋଲ ଟ୍ରକ ଆସୋସିଏସନ, ଉଠା ଦୋକାନୀ ସଂଘ, ବିଜେଡି କାର୍ଯ୍ୟାଳୟ, କଂଗ୍ରେସ କାର୍ଯ୍ୟାଳୟ ସହ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସ୍ୱାଧିନତା ଦିବସ ପାଳନ କରାଯାଇଥିଲା ।



