ଧର୍ମଶାଳା, ୦୮/୦୮/୨୦୨୦ (ସନ୍ଧାନ ନିଉଜ) : ଧର୍ମଶାଳା ଥାନା ଅନ୍ତର୍ଗତ ସୁନ୍ଦୁରିଆ ପଂଚାୟତ ଅନ୍ତର୍ଗତ ହରିଦେଇପୁର ଗ୍ରାମର ଅଭି ମଲିକ(୨୫) ନାମକ ଜଣେ ଯୁବକର ମୃତୁ୍ୟ ଘଟିଥିଲା । ତଳିତ ମାସ ୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ପୁଲିସ ଏନେଇ ଏକ ଦୁର୍ଘଟଣା ଜନିତ କାରଣ ବୋଲି ଏକ ମାମଲା ରୁଜୁ କରିଥିଲା । ହେଲେ ଆଜି ମୃତକଙ୍କ ପରିବାର ପକ୍ଷରୁ ଅଭିଙ୍କୁ ମାଡ ମାରି ଜୀବନରୁ ମାରି ଦେଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡିଛି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ଏଘଟଣାକୁ ନେଇ ପୁଲିସ ଘଟଣାର ଟିକ୍ନିଖ ତଦନ୍ତ ଆରମ୍ଭ କରିଦେଇଛି । ଯାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ଦୁର୍ଘଟଣା ନା ହତ୍ୟା । ପାରିପାଶ୍ୱିକ ଘଟଣା ହିଁ ହତ୍ୟାକାଣ୍ଡର ଖିଅ ବୋଲି ଆଲୋଚନା ହେଉଛି । ତେବେ ଏଭଳି ଘଟଣାକୁ ନେଇ ଦଫାରଫା କରିବା ପାଇଁ ଗ୍ରାମର କିଛି ଲୋକେ ଲାଗି ପଡିଥିଲେ । ହେଲେ ପରିବାର ଏଭଳି ଅଭିଯୋଗ ନେଇ ସମସ୍ତଙ୍କ ମନରେ ଏବେ ଛନକା ପଶିଛି । ଏହି ଘଟଣାର ମୋଡ କେଉଁ ଆଡେ ଯାଉଛି ଯାହା ଦେଖିବାକୁ ବାକି ରହିଲା ।
ସୂଚନା ଅନୁଯାୟୀ ଅଭି ଚଣ୍ଡିଖୋଲରେ ଏକ ଗ୍ୟାରେଜରେ କାମ କରି ଚଳିତ ମାସ ୧ ତାରିଖ ରାତି ପ୍ରାୟ ୧୦ ଘଟିକା ସମୟରେ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ସିଦ୍ଧିପୁରା ନିକଟରେ ସଜ୍ଞାହୀନ ଅବସ୍ଥାରେ ପଡିଥିଲେ । ଖବର ପାଇ ପରିବାର ଲୋକେ ଅଭିଙ୍କୁ ପ୍ରଥମେ ଧର୍ମଶାଳା ଓ ପରେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ବଡଚଣାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ହେଲେ ପରିବାରର ଅବସ୍ଥା ଶୋଚନୀୟ ଥିବାରୁ ଅଭିଙ୍କୁ ଘରକୁ ନେଇ ଆସିଥିଲେ । ୩ ତାରିଖ ଦିନ ଅଭିଙ୍କ ଦେହ ଖରାପ ହେବାରୁ ତାଙ୍କୁ ପୁଣି ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ଅନେକ ଦୁର୍ଘଟଣା ଜିନତ କାରଣ ବୋଲି କହୁଥିବା ବେଳେ ଅନେକ ଏହାକୁ ହତ୍ୟା କରାଯାଇଥିବା ନେଇ ଆଲୋଚନା ହୋଇଥିଲା । ଫଳରେ ଗତ କାଲି ଏହି ଘଟଣାକୁ ନେଇ ବିିଭିନ୍ନ ମହଲରୁ ବିଭିନ୍ନ କଥା ଆଲୋଚନା ହେଉଥିବା ବେଳେ ଏହି ଘଟଣାକୁ ନେଇ ମୃତ ଅଭିର ମା’ ଆରତୀ ମଲିକ ତାଙ୍କ ପୁଅକୁ କେହି ମାଡ ମାରି ଜୀବନରୁ ହଟାଇ ଦେବାକୁ ନେଇ ସନେ୍ଦହରେ କିଛି ସ୍ଥାନୀୟ ଲୋକଙ୍କ ନାମରେ ଆଜି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇଛି । ମୃତ ଅଭିଙ୍କ ପରିବାରକୁ ତୁରନ୍ତ ନ୍ୟାୟ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ସୁନ୍ଦୁରିଆ ପଂଚାତରେ ଯୁବକଙ୍କ ମୃତ୍ୟୁ ଘଟଣା : ୮ଦିନ ପରେବି ପୋଲିସ ହାତ ଖାଲି
|
August 8, 2020 |



