ରାଉରକେଲା, ୦୬/୦୮/୨୦ (ସନ୍ଧାନ ନିଉଜ) : କିଛି ଦିନହେବ ମୌସୁମୀର ଉଭାନ ପରେ ଚାଷକୁ ନେଇ ଚିନ୍ତାରେ ଥିବା ଚାଷୀଙ୍କ ମନରେ ଏବେ ହସ ଦେଖିବାକୁ ମିଳିଛି । ଆଜି ଲଘୁଚାପଜନିତ ଭଲ ବର୍ଷାସାଙ୍ଗକୁ ଦିନ ସାରା ଝିପିଝିପି ବର୍ଷା ଲାଗି ରହିଥିବାରୁ ଏବେ ବିଲରେ ପାଣି ଭର୍ତି ହୋଇଯାଇଛି । ପାଣି ଅଭାବରୁ ପଛେଇ ଯାଇଥିବା ଚାଷ କାମକୁ ଚାଷୀ ଆଗେଇ ନେବାକୁ ଅଂଟା ଭିଡ଼ିଛନ୍ତି ।ଅନେକ ଜମିରେ ଆଜି ଯାଏ ମଧ୍ୟ ପାଣି ଅଭାବରୁ ଚାଷ ହୋଇପାରିନାହିଁ ।ସେହିପରି ତଳି ପକାଇଥିବା ଜମିରେ ତଳି ସବୁ ପାଚିବାକୁ ବସିଥିବାବେଳେ ଚାଷୀ ତାକୁ ଲଗାଇôବା ସମ୍ଭବ ହୋଇନାହିଁ ।ଲାଠିକଟା ବ୍ଲକ ଅନ୍ତର୍ଗତ କେତେକ ଗ୍ରାମାଂଚଳରେ ସେହିପରି ମାଣ୍ଡିଆ ଫସଲ ମଧ୍ୟ ବର୍ଷା ଅଭାବରୁ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ଚାଷୀ ହତାଶ ହୋଇ ଆକାଶକୁ ଚାହିଁ ରହିଥିବାବେଳେ ଆଜି ଭଲବର୍ଷା ଚାଷୀ ମନରେ ଏକ ନୂତନ ଆଶା ସଂଚାର କରିଛି ।
ଲଘୁଚାପଜନିତ ବର୍ଷା ଯୋଗୁ ଚାଷୀ ଆଶ୍ୱସ୍ତ
|
August 6, 2020 |



