ଷ୍ଟିଲ ସିଟିରେ ରାକ୍ଷୀ ପୂର୍ଣିମା ପଡ଼ିଲା ଫିକା

Spread the love

ରାଉରକେଲା,୦୪/୦୮/୨୦୨୦ (ସନ୍ଧାନ ନିଉଜ): ରାକ୍ଷୀ ପୂର୍ଣ୍ଣିମା  ଥିଲା ଭାଇଙ୍କ ପାଇଁ ଦିନଟିଏ । ଭାଇ ଓ ଭଉଣୀଙ୍କ ଅନାବିଳ ସେହ୍ନର ପ୍ରତୀକ ପବିତ୍ର ରାକ୍ଷୀ ଉତ୍ସବ ଦକ୍ଷିଣ ରାଉରକେଲା ସମେତ ସାରନଗରୀର ଘରେ ଘରେ ପାଳନ କରାଯାଇଥିଲା । ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ରାକ୍ଷୀ ପୂର୍ଣ୍ଣିମା ଯଦିଓ ବହୁଳ ଭାବେ ପ୍ରଭାବିତ ହୋଇଛି, ତଥାପି କୋଭିଡ଼ ନିୟମକୁ ମାନି ବଡ଼ ତଥା ସାନଭାଇର ଶୁଭ ମନାସି ଭଉଣୀ ମାନେ ସେମାନଙ୍କ ହାତରେ ବାନ୍ଧିଥିଲେ ସେହ୍ନର ଡୋରି ରାକ୍ଷୀ । ଭାଇ ଜଣଙ୍କ ଜନ୍ମଜନ୍ମ ପାଇଁ ଭଉଣୀର ସୁରକ୍ଷା ପାଇଁ ଅଙ୍ଗୀକାରବଦ୍ଧ ହୋଇଥିଲେ । ଗତକାଲି ରବିବାର ଓ ଆଜି ସାରନଗରୀର ବିଭିନ୍ନ ମାର୍କେଟରେ ଥିବା ରାକ୍ଷୀ ଷ୍ଟଲରୁ ନିଜ ମନପସନ୍ଦର ରଙ୍ଗବେରଙ୍ଗର ରାକ୍ଷୀ ଆଣିବା ପରେ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଦୂରଦୂରାନ୍ତରେ ରହୁଥିବା ଭାଇମାନଙ୍କୁ ଡାକ ଓ କୋରିୟର ଯୋଗେ ରାକ୍ଷୀ ପାର୍ସଲ ପଠାଯାଇଥିଲା । ସେହିଭଳି ଭାଇକୁ ସେହ୍ନର ବାର୍ତା ସୋସିଆଲ ମିଡ଼ିଆ ମାଧ୍ୟମରେ ବାଂଟିଥିଲେ ସେମାନଙ୍କ ଭଉଣୀମାନେ । କରୋନା କଟକଣା ଯୋଗୁ ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ସହ ପାଳନ ହୋଇଥିଲା ରାକ୍ଷୀ ପୂର୍ଣ୍ଣିମା । ଭାଇ ମାନେ ରାକ୍ଷୀ ବାନ୍ଧିବା ପରେ ଉପହାର ସହ ଭଉଣୀ ମାନଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରିଥିଲେ । ସେହିପରି କୃଷିର ପ୍ରତୀକ ହଳଲଙ୍ଗଳଧାରୀ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ରାକ୍ଷୀ ଅବା ଗହ୍ମା ପୂର୍ଣ୍ଣିମାରେ ପଡୁଥିବାରୁ  ଗ୍ରାମାଂଚଳରେ ଗୋ-ବଳଦ ପୂଜାର୍ଚ୍ଚନା କରାଯାଇ ଗୋମାତାଙ୍କୁ ରାକ୍ଷୀ ପିନ୍ଧା ଯାଇଥିଲା । ଅପରପକ୍ଷରେ ଗତ କିଛି ସପ୍ତାହ ହେଲା ରାଉରକେଲା ସମେତ ଦକ୍ଷିଣ ରାଉରକେଲା ଲକ ଡାଉନ ଥିବା ଯୋଗୁ କିଛି ଭାଇଙ୍କ ନିକଟରେ ରାକ୍ଷୀ ପାର୍ସଲ ପହଂଚି ପାରିନଥିବା ଜଣାପଡ଼ିଛି । ଏପରିସ୍ଥଳେ ଦୂରରେ ରହୁଥିବା ଭଉଣୀ ଜଣଙ୍କ ହ୍ୱାଟସଆପ, ଫେସବୁକ ମାଧ୍ୟମରେ ଭାଇମାନଙ୍କ ସହ ନିଜର ଭାବ ବିନିମୟ କରିଥିଲେ ।

Related Posts

About The Author

Add Comment